ଉଜୁଡା ଫସଲକୁ ସଜାଡ଼ୁଛି ଚାଷି ।
ଗଂଜାମ: ପାଣି ମିସି ଯାଇଛି ସାର ବର୍ଷକର ପରିଶ୍ରମ । ବର୍ଷାରେ ଭିଜିଥିବା ଧାନ ଏବେ ଗଜା ହେବା ସ୍ଥିତିରେ । ଆଉ ଏହି କଥା ଭାବି ଚାଷି ଆଖିରେ ଲୁହ । ରୁଣ କରଜ କରି ଚାଷ କରିଥିବା ସୁନାର ଫସଲ ନାହି ହେବା ଘଟଣାକୁ ସହଜରେ ଗ୍ରହଣ କରି ପାରୁ ନାହିଁ । ତେଣୁ ତ ରାତି ପାହିଲେ ଏବେ ଚାଷି କୁଳକୁ ଗୋଟିଏ ଚିନ୍ତା ପାଣିରେ ଓଦା ହୋଇ ପଡିଥିବା ଫସଲକୁ ଘରକୁ ଆଣିବ କିପରି ଓ ସୁରକ୍ଷିତ ଜମିରୁ ଅମଳ କରିବ କିପରି ।
ଗତ ଲଘୁଚାପ ଜନିତ ତିନି ଦିନିଆ ଲଗାଣ ବର୍ଷା ଚାଷି ପାଇଁ ଯେଉଁ ସମସ୍ୟା ସୃଷ୍ଟି କରିଛି ତାହା ଥମିବାର ନା ନେଉ ନାହିଁ । ବର୍ଷା ସମୟରେ ଧାନ ଗଦାରେ ପାଲୁ ଘୋଡାବା ଓ କ୍ଷତରେ ଜମି ରହିଥିବା ପାଣିକୁ ନିସ୍କାଷନ କରିବା ଠାରୁ ବଳି ପଢିଲାଣି ବର୍ଷା ଛାଡିବା ପରର କଷ୍ଟ । ଏବେ ବର୍ଷା ଛାଡିବା ପରେ ଗୋଟିଏ ଦିନ ଖରା ହୋଇଛି । ପୁଣି ଆଜି ଆଉଥରେ ଝିପି ଝିପି ବର୍ଷା ଆରମ୍ଭ ହୋଇ ଯାଇଛି।ଯାହାକୁ ନେଇ ଚାଷୀ ପୁରାପୁରି ଭାଙ୍ଗି ପଡିଛି।
ଗଂଜାମର ମୁଖ୍ୟ ଖରିଫ ଫସଲ ହେଉଛି ଧାନ । ଧାନ ଏଠାକାର ଚାଷିଙ୍କ ବର୍ଷ ତମାମ୍ ର ରୋଜଗାର। ଏହି ଫସଲ ଉପରେ ନିର୍ଭର କରିଥାଏ ଗୋଟିଏ ଚାଷିର ସୁଖ ଓ ଦୁଃଖର ଭାଗ୍ୟ । ଧାନ ଚାଷରେ ଭଳ ଅମଳ ହେଲେ ସେଥିରୁ ଯାହା ରୋଜଗାର ହୁଏଁ ତାହାକୁ ବିକ୍ରିବଟା କରି ଧାରକରଜ କରି ସୁଜିବା ସହ ନିଜ ପରିବାର ମୁହଁ ରେ ଦାମା ଦେଇଥାଏ । ଏହି ଧାନ ଫସଲ ଭରସାରେ ସେ ବ୍ୟାଙ୍କ,ସୋସାଇଟ ହେଉ କି ହାତ ଉଦ୍ଦାରି ଜରଜ କରିଥାଏ । ଚଳିତ ବର୍ଷ ଭଲ ଧାନ ଫସଲ ହୋଇଥିଲା । ଚାଷି ଆସା ବି ରଖିଥିଲା ଦୁଇ ପଇସା ପାଇବ । ହେଲେ ଧାନ ଅମଳ ସମୟରେ ଏହି ଅଦିନିଆ ବର୍ଷା ଚାଷିର ସବୁ ଆଶାକୁ ପାଣିରେ ମିଶାଇ ଦେଇଛି । ତେଣୁ ଏବେ ଚିନ୍ତା , ସାରା ବର୍ଷ ପରିବାର ଚଳିବ କିପରି ଓ ଆଣିଥିବା ଧାର କରଜ ସୁଜିବ କେମିତି ।
ଅନ୍ୟ ପଟେ ଏବେ ପଯ୍ୟନ୍ତ ଅନେକ ଚାଷି ଧାନ କାଟି ନାହାନ୍ତି । ତାହା ଜମିରେ ଲୋଟି ରହିଛି । ପୁଣି ଏବେ ପାଣିପାଗ ବିଭାଗ ପୁଣି ବର୍ଷା ହୋଵ ବୋଲି କହିବା ଓ ବର୍ଷା ଆରମ୍ଭ ହୋଇ ଯାଇଥିବାରୁ ଚାଷିଙ୍କ ଯେଉଁ କ୍ଷଣ ଭରସା ଥିଲା ତାହା ବି ଏବେ ଧୁଳିସାତ୍ ହେବାକୁ ଯାଉଛି । ରବି ଜାତିୟ ଫସଲ ବି ପାଣିରେ ବୁଡି ରହିଛି । କାରଣ ଯେଉ ସବୁ ମୁଗ,ବିରି ଓ ବଟାଣି ଗଛ ହୋଇଥିଲା ତାହା ପାଣିରେ ବୁଡି ରହି ପଚି ଗଲାଣି । ତେଣୁ ଚଳିତ ବର୍ଷ କେବଳ ଧାନ ଫସଲ ନୁହେଁ ରବି ଜାତିୟ ଫସଲ ବି ନଷ୍ଟ ହୋଇଛି । ତେଣୁ ଏବେ ଚାଷିଙ୍କ ଏକ ମାତ୍ର ଭରସା। ସରକାରି ସହାୟତା। ହେଲେ ଏପଯ୍ୟନ୍ତ ଚାଷି ଙ୍କ ପାଖରେ କୌଣସି ଅଧିକାରି ପଂହଚି ନଥିବା ବେଳେ କଣ କ୍ଷୟ କ୍ଷତି ମିଳିବ ନା ନାହିଁ ତାହା ଚାଷିଙ୍କ ମନରେ ଦ୍ବନ୍ଦ ସୃଷ୍ଟି କରିଛି ।
ରିପୋର୍ଟ: ଜଗନ୍ନାଥ ସାହୁ