ବିଜେପିର ମିଶ୍ରଣ ପର୍ବ, ଭୁଶୁଡି ଯିବ କି ବିଜେଡି ଗଡ଼ ।

0

ଆସିକା ନିର୍ବାଚନ ମଣ୍ଡଳୀର ଟାଉନହଲ ଠାରେ ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ଵ ରେ ହଜାର ହଜାର ସଂଖ୍ୟା ରେ ଲୋକ ଆସିକା ବିଜୁ ପଟନାୟକ ଛକ ଠାରୁ ଏକ ବିରାଟ ପଟୁଆର କରି ଆସିକା ସହର ପରିକ୍ରମା କରିବା ପରେ ବିଜେପି ବିଧାୟକ ସରୋଜ ପାଢ଼ୀଙ୍କ ବାସ ଭବନରେ ପହଁଚି ଥିଲେ। ସେଠାରୁ ଏକ ବିରାଟ ପଟୁଆରରେ ଆସିକା ଟାଉନ ହଲ ଠାରେ ବିଧାୟକ ଶ୍ରୀ ପାଢ଼ୀଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ। ସୂଚନା ଥାଉ କି ଆସିକା ନିର୍ବାଚନ ମଣ୍ଡଳୀ 39 ଟି ପଞ୍ଚାୟତ ବିଶିଷ୍ଟ । ଏହି 27 ଟି ପଂଚାୟତ ମଧ୍ୟରୁ ଆସିକା ବ୍ଲକରେ ଏବଂ କବିସୂର୍ଯ୍ୟନଗର ବ୍ଲକରେ ୧୨ଟି ପଞ୍ଚାୟତ ରହିଛି। ଆଜି ଆସିକା ବ୍ଲକର ୮ ସରପଞ୍ଚ- ମୁନିଗାଡ଼ି,ବାଙ୍ଗରଡ଼ା, ବାଲିଶିରା,ପାଣ୍ଡିଆପଥର, ଭେଟନଇ,କାଳ ଷଣ୍ଡପୁର,ଖାରିଆ, ଆଲିପୁର ସେହିଭଳି ୬- ସମିତିସଭ୍ୟ ମୁନିଗାଡ଼ି, ନିମିନା, ବାଲିଛାଇ, ସିଦ୍ଧାନଈ,ବାବନପୁର,ବ୍ଲକ ଉପଧ୍ୟକ୍ଷା ଭେଟନଇ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି। ସେହିଭଳି କବିସୂର୍ଯ୍ୟନଗର ବ୍ଲକର କନିଆଁରୀ, ବରିଡା, ବୋରସିଙ୍ଗି, ସୁବୁଳିଆ, ପାଇକଯମୁନା, ସୁନାପଲ୍ଲୀ ଆଦି ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ନିଜ ନିଜ ସମର୍ଥକ ସହ ବିଜେପିରେ ସାମିଲ ହୋଇଛନ୍ତି। ଆସିକା ନିର୍ବାଚନ ମଣ୍ଡଳୀ ଦୀର୍ଘ ଦିନ ହେବ ବିଜେଡିର ଅଭେଦ ଗଡ଼ ଥିବା ବେଳେ ଏବେ ବିଜେପିର ଏପରି ପତିଆରା ବୃଦ୍ଧି ରାଜ ନୈତିକ ମହଲରେ ହଇଚୟି ସୃଷ୍ଟି କରିଛି।

Leave A Reply

Your email address will not be published.

error: Content is protected !!
Latest News
ବିଜେପିର ମିଶ୍ରଣ ପର୍ବ, ଭୁଶୁଡି ଯିବ କି ବିଜେଡି ଗଡ଼ । ଗଞ୍ଜାମ ଜିଲ୍ଲା କବି- ସୂର୍ଯ୍ୟନଗର ସହର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆଗରେ ଦୁଇ ଯୁବକ ଙ୍କୁ ଖଣ୍ଡା ରେ ସଂଘବଧ... ସାଇ ମନ୍ଦିରରୁ ସୁନା ଅଳଙ୍କାର ଚୋରି| ଭୟଙ୍କର ବିସ୍ପୋରଣ ରେ ଚାଲିଗଲ ୨ ଜଣକ ଜୀବନ ନୂଆ ବର୍ଷରେ ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ କହି ଘରୁ ବାହାରିଥିଲେ ରଞ୍ଜନ , କିନ୍ତୁ ପରଦିନ ସକାଳେ ବିଲ ମଝିରେ ମରି ... ଟୁଙ୍ଗୁରୁ ଭୋଳ ପରି ଭଲ ପାଇଲା, ଦେହସୁଖ ପରେ ଛାଡିଦେଲା। ୨୦୨୦ ରେ ଟୁଙ୍ଗୁରୁ- ବର୍ଷା, ୨୦୨୫ ରେ ଶିବା-ଆରତୀ। ସାଗବାହାଳୀ ରୁ ସାନ କେନ୍ଦୁଗୁଡାକୁ ରାସ୍ତା ନିର୍ମାଣ ପାଇଁ ଗ୍ରାମ ବାସୀଙ୍କ ଦାବି। କ୍ଷୁଦ୍ଧାମୁକ୍ତ ବିକଶିତ ସମାଜ ଗଠନ ପାଇଁ ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉସ୍ୱାତୀର କର୍ମୀ ସମ୍ମୀଳନୀରେ ଘୁ.... ନଳଗୋହିରା ଶିକ୍ଷା ବିକାଶ ମଞ୍ଚ ଓ ନେହେରୁ ଯୁବକେନ୍ଦ୍ର, ଭଦ୍ରକର ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗି... ମିକ୍ସଚର ଫ୍ୟାକ୍ଟ୍ରି ରେ ଅଗ୍ନିକାଣ୍ଡ