ସାଗବାହାଳୀ ରୁ ସାନ କେନ୍ଦୁଗୁଡାକୁ ରାସ୍ତା ନିର୍ମାଣ ପାଇଁ ଗ୍ରାମ ବାସୀଙ୍କ ଦାବି।
ଦେଶ ସ୍ୱାଧୀନ ହେବାର ୭୫ବର୍ଷ ହେଲା ପରେ ମଧ୍ୟ୍ୟ ଗାଁ କୁ ପକ୍କା ରାସ୍ତା ସାତ ସପନ। ବାରମ୍ବାର ଅନୁରୋଧ କଲା ପରେ ମଧ୍ୟ୍ୟ ଗାଁ କୁ ରାସ୍ତା ଟିଏ ନିର୍ମାଣ ହୋଇ ପାରିଲା ନାହିଁ। କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ସାଗବାହାଳୀ ଠୁ ସାନକେନ୍ଦୁଗୁଡା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି । ପଞ୍ଚାୟତ ରୁ ଚାଉଳ ନେଇ କି ଘରକୁ ଫେରିବା ହେଉକି ରୋଗୀଙ୍କୁ ମେଡିକାଲ ନେବା ହେଉ, ସ୍କୁଲକୁ ପାଠ ପଢିବା ପାଇଁ ଛାତ୍ରଛାତ୍ରୀଙ୍କ ଯିବା ଆସିଵା ଠୁଁ ଆରମ୍ଭ କରି ସାଧାରଣ ଲୋକର ଯାତାୟାତ ଯାଏଁ ସବୁ କ୍ଷେତ୍ରରେ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି। ହେଲେ ଏଥି ପ୍ରତି ସରକାରୀ ବାବୁ କି କୋଉ ରାଜନେତାଙ୍କ ନିଘା ନାହିଁ । ଏ ନେଇ ସାଧାରଣ ଜନତାଙ୍କ ଏବେ ଦାବି ସାଗବାହାଳୀ ରୁ ସାନ କେନ୍ଦୁଗୁଡା ଗାଁକୁ ଖଣ୍ଡେ ରାସ୍ତା ହେଲେ ଲୋକେ ଯାତାୟାତର ସୁବିଧା ପାଇ ପାରିବେ… ।