ମିକ୍ସଚର ଫ୍ୟାକ୍ଟ୍ରି ରେ ଅଗ୍ନିକାଣ୍ଡ

0

ମିକ୍ସଚର ଫ୍ୟାକ୍ଟ୍ରି ରେ ଅଗ୍ନିକାଣ୍ଡ l ବାଲିଗୁଡା ସହର ର ନୁଆସାହି ସ୍ଥିତ ମା ତାରିଣୀ ଏଣ୍ଟର ପ୍ରାଇସେସ ନାମକ ମିକ୍ସଚର ଫ୍ୟାକ୍ଟ୍ରି ରେ ନିଆଁ ଲାଗି ଜଳି ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କା ର ସାମଗ୍ରୀ l ଗତକାଲି ରାତ୍ରି ପ୍ରାୟ ସାଢେ ଗୋଟେ ସମୟରେ ମିକ୍ସଚର ଫେକ୍ଟ୍ରି ରେ କୌଣସି କାରଣ ରୁ ନିଆଁ ଲାଗି ଯାଇଥିଲା l ମିକ୍ସଚର ଫ୍ୟାକ୍ଟ୍ରି ର ମାଲିକ ବିଳମ୍ବିତ ରାତିରେ ବାହାର କୁ ଆସି ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ l ତେବେ କବାଟ ଖୋଲି ଦେଖିବା ସମୟରେ ଫେକ୍ଟ୍ରି ରେ ନିଆଁ ବ୍ୟାପି ସାରିଥିଲା l ବାଲିଗୁଡା ଅଗ୍ନିଶମ ବାହିନୀ କୁ ଖବର ଦେବା ପରେ ଘଟଣା ସ୍ଥଳରେ ପହଂଚି ପ୍ରାୟ ଦୁଇ ଘଣ୍ଟା ପରେ ନିଆଁ ଆୟତ୍ତ ହୋଇଥିଲା l ତେବେ ଅଗ୍ନିକାଣ୍ଡ ରେ ବହୁ ମେସିନାରୀ, ଜେନେରେଟର,ମିକ୍ସଚର ତିଆରି ପାଇଁ ପ୍ରସ୍ତୁତ ହୋଇ ରହିଥିବା ବହୁ କଞ୍ଚା ମାଲ ସମେତ ଗଛିତ ଥିବା ବେସନ, ଚାଉଳ ଗୁଣ୍ଡ ପେକେଟ ଭଳି ବହୁ ସାମଗ୍ରୀ ନଷ୍ଟ ହୋଇଥିବା କହିଛନ୍ତି ମିକ୍ସଚର ଫେକ୍ଟ୍ରି ର ମାଲିକ l ତେବେ ସଟ ସର୍କିଟ ରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଥିବା ବେଳେ ପ୍ରାୟ ଦଶ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ମୂଲ୍ୟ ର କ୍ଷୟ କ୍ଷତି ହୋଇଥିବା ମିକ୍ସଚର ଫେକ୍ଟ୍ରି ର ମାଲିକ ଅଶୋକ ସାହୁ କହିଛନ୍ତି l

Related Posts
1 of 3

Advertisement:

Leave A Reply

Your email address will not be published.

error: Content is protected !!
Latest News
ବିଜେପିର ମିଶ୍ରଣ ପର୍ବ, ଭୁଶୁଡି ଯିବ କି ବିଜେଡି ଗଡ଼ । ଗଞ୍ଜାମ ଜିଲ୍ଲା କବି- ସୂର୍ଯ୍ୟନଗର ସହର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆଗରେ ଦୁଇ ଯୁବକ ଙ୍କୁ ଖଣ୍ଡା ରେ ସଂଘବଧ... ସାଇ ମନ୍ଦିରରୁ ସୁନା ଅଳଙ୍କାର ଚୋରି| ଭୟଙ୍କର ବିସ୍ପୋରଣ ରେ ଚାଲିଗଲ ୨ ଜଣକ ଜୀବନ ନୂଆ ବର୍ଷରେ ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ କହି ଘରୁ ବାହାରିଥିଲେ ରଞ୍ଜନ , କିନ୍ତୁ ପରଦିନ ସକାଳେ ବିଲ ମଝିରେ ମରି ... ଟୁଙ୍ଗୁରୁ ଭୋଳ ପରି ଭଲ ପାଇଲା, ଦେହସୁଖ ପରେ ଛାଡିଦେଲା। ୨୦୨୦ ରେ ଟୁଙ୍ଗୁରୁ- ବର୍ଷା, ୨୦୨୫ ରେ ଶିବା-ଆରତୀ। ସାଗବାହାଳୀ ରୁ ସାନ କେନ୍ଦୁଗୁଡାକୁ ରାସ୍ତା ନିର୍ମାଣ ପାଇଁ ଗ୍ରାମ ବାସୀଙ୍କ ଦାବି। କ୍ଷୁଦ୍ଧାମୁକ୍ତ ବିକଶିତ ସମାଜ ଗଠନ ପାଇଁ ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉସ୍ୱାତୀର କର୍ମୀ ସମ୍ମୀଳନୀରେ ଘୁ.... ନଳଗୋହିରା ଶିକ୍ଷା ବିକାଶ ମଞ୍ଚ ଓ ନେହେରୁ ଯୁବକେନ୍ଦ୍ର, ଭଦ୍ରକର ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗି... ମିକ୍ସଚର ଫ୍ୟାକ୍ଟ୍ରି ରେ ଅଗ୍ନିକାଣ୍ଡ