କୁମାରୀ ଫରଙ୍ଗ ମୁଖ୍ୟ ରାସ୍ତାରେ ବେଆଇନ ଭାବେ ଇଟା ଗଢା, ଓ ଚୋରା କାଠ, ସଂଗ୍ରହ ।
ଗୋଲାମୁଣ୍ଡା,୨୩/୧୨ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମ ପଞ୍ଚାୟତ ଅଧିନରେ ଥିବା କୁମାରୀ ଗ୍ରାମର ଜିତେନ୍ଦ୍ର ସା, ପିତା ଅଲେଖ ସା, ବେଆଇନ ଭାବେ ଲକ୍ଷ ଲକ୍ଷ ଇଟା ଗଢା ଚାଲୁ ଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ କୁମାରୀ ଗ୍ରାମରୁ ଫରଙ୍ଗ ରାସ୍ତା ମଝିରେ ଇଟା ଗଢା ଚାଲୁଛି, ଏମିତି ଗତ ବର୍ଷରେ ମଧ୍ୟ ଲକ୍ଷ ଲକ୍ଷ ଇଟା ଗଢା ହୋଇ ଥିଲା ବୋଲି ସ୍ଥାନୀୟ ଲୋକେ କହି ଥିଲେ। ହେଲେ ଏ ପର୍ଯ୍ୟନ୍ତ ପ୍ରଶାସନର ଦୃଷ୍ଟି ଆକର୍ଷଣ ରହିଛି ନା ତାଙ୍କର ଛତ୍ର ଛାୟାରେ ଚାଲିଛି ବୋଲି ସନ୍ଦେହ ସୃଷ୍ଟି ଦେଖା ଦେଇଛି। ଇଟା ଗଢ଼ିବା ପାଇଁ ଧର୍ମଗଡ଼ ବ୍ଲକରୁ କିରକା କାନି ଓ ଜୁନାଗଡ ବ୍ଲକର ମୋଟେରେ ଅଞ୍ଚଳର ଶ୍ରମିକ ମାନେ ଜଣା ପଡିଛି। ଶ୍ରମିକ ମାନେ ନିଜ ଛୁଆ ପିଲା ପରିବାର ମାନଙ୍କୁ ଆଣି ଶୀତ କାକରରେ ଇଟା ଗଢୁଛନ୍ତି । ବେଆଇନ ଭାବେ ଇଟା ଗଢା ଚାଲିଥିବା ବେଳେ ଗୋଲାମୁଣ୍ଡା ତହସିଲଦାର ଓ ଦଶପୁର ବନ ବିଭାଗ କର୍ମଚାରୀ ମାନଙ୍କ ଦୃଷ୍ଟ ରହିଛି କି ନାହିଁ ତାହା ଜଣା ପଡି ନାହି। ନା ବିଭାଗୀୟ ଅଧିକାରୀ ଙ୍କ ଛତ୍ର ଛାୟାରେ ରହିଛି କି ବୋଲି ଅଞ୍ଚଳ ବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ଇଟା ଗଢା ପାଇଁ କେଉଁ ଠାରୁ ମାଟି ଖନନ ହୋଇ ଆସୁଛି ଓ କାଠ ସଂଗ୍ରହ କରି ରଖିଛନ୍ତି ତାହା ଜାଣିବା ପାଇଁ ବିଭାଗୀୟ ଅଧିକାରୀ ମାନେ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସ୍ଥାନୀୟ ଲୋକଙ୍କ ଅନୁରୋଧ ବୋଲି ଗଣ ମାଧ୍ୟମ ପ୍ରତିନିଧି ନିକଟରେ କହି ଥିଲେ। ଇଟା ଗଢା ସ୍ଥାନରେ କୁଢ଼ କୁଢ଼ ମାଟି ଓ କାଠ ମଧ୍ୟ ଜମା ହୋଇ ଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ପରିପ୍ରେକ୍ଷୀରେ ତହସିଲ ଦାର୍ ଚନ୍ଦନ ନାଏକ ଙ୍କୁ ଫୋନ ଯୋଗେ ପଚାରିବାରୁ ସେ କହିଲେ ମୁଁ ନିଶ୍ଚୟ ତଦନ୍ତ କରିବି। ସେହି ଭଳି ଦଶ ପୁର ବନ ବିଭାଗ ପ୍ରଦୀପ କୁମାର ବିଶୀ ଅଧିକାରୀଙ୍କୁ ମଧ୍ୟ ପଚାରିବାରୁ ସେ ମଧ୍ୟ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି। ହେଲେ ଦେଖିବାକୁ ବାକୁ ବାକି ରହିଲା କେବେ ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ରିପୋର୍ଟ : ଭୋଜ ରାଜ ମଙ୍ଗରାଜ