ଧୁମଧାମରେ ପାଳନ ହେଲା ଆଦିବାସୀଙ୍କ ପର୍ବ “ଟୋକିପର୍ବ – ଗୁଡିଚଗା”।
କଲମପୁର ୨୩। ୧୨ : ଆଦିବାସୀ ଆଦିମକାଳରୁ ପାରମ୍ପରିକ ହିସାବରେ ମାଟି ମାଁ ଙ୍କୁ ଧରଣୀ ଦେବୀ ଭାବେ ପୂଜା ଅର୍ଚ୍ଚନା କରି ଆସୁଛନ୍ତି । ଧରଣୀ ଦେବୀଙ୍କ ଏକ ଅନନ୍ୟ ପାରମ୍ପାରିକ ପର୍ବ ‘ଟୋକିପର୍ବ’ । ଏହି ଟୋକିପର୍ବ ର ଅନ୍ୟ ଏକ ଉପ ପର୍ବ ‘ଗୁଡିଚଗା’ ଯାହା ରବିବାର ସକାଳରୁ ଅପରାହ୍ନ ଯାଏଁ ମହାସମାରୋହରେ ପାଳନ କରାଯାଇଥାଏ । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧିନସ୍ଥ ହାରାମାଳ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣ କେନ୍ଦୁଗୁଡ଼ା ଠାରେ ଗୁଡ଼ିଚଗା ପର୍ବ ମହାସମାରୋହରେ ପାଳିତ ହେଇଯାଇଛି। ଏଥିରେ ଅତିଥିଭାବେ ହାରାମାଲ ସରପଞ୍ଚ ସୁଶୀଳା ଦୁର୍ଗା।
ସେହିପରି ବ୍ରାହ୍ମଣ କେନ୍ଦୁଗୁଡ଼ା ଠାରେ ସରପଞ୍ଚ ସୁଶୀଳା ଦୁର୍ଗା, ଯୋଗଦେଇଥିବା ବେଳେ ଟୋକିପର୍ବ କମିଟିର ସଭାପତି ଲଳିତ ମୋହନ ଠାକୁର,ସଂପାଦକ ସୌମ୍ୟ ରଞ୍ଜନ ଠାକୁର,କାର୍ଯ୍ୟକାରି ସଭାପତି ସୁରେନ୍ଦ୍ର ସୁନାନୀ,କୋଷାଧକ୍ଷ ମାଧବ ଗଉଡ଼, ସହ ସମ୍ପାଦକ ସୁଧାଂଶୁ ଶବର,ଭୋଜରାଜ ଛତ୍ରିଆ,ଜୟନ୍ତ ଶବର,ମହେନ୍ଦ୍ର ମାଝୀ, ଗାଁ ପୁଝାରୀ ଅଭିମନ୍ୟୁ ମାଝୀ, ଗଉନ୍ତିଆ ମାଧବ ଠାକୁର, ମୁଢ଼ିକା ମାର୍କଣ୍ଡ ମାଝୀ, ଗଣ୍ଡା ଦୁର୍ଯ୍ୟୋଧନ ସୁନାନୀ, ଗୁରୁମେ ପାନ ମାଝୀ, ଦିଶାରୀ ଆଦୁ ମାଝୀ, ମୁଦ୍ରାଧରିଆ ଟଙ୍କ ମାଝୀ ଓ ବରିଷ୍ଠ ଉପଦେଷ୍ଟା ନବୀନ କୁମାର ପାଢ଼ୀ, ବିଶ୍ୱନାଥ ଶବର, ଗୁରୁବାରୁ ଶବର, ଗଙ୍ଗାଧର ଶବର, ଶତ୍ରୁଘନ ରାଉତ, ମକର ଗଉଡ଼, ଶ୍ରୀପତି ଗଉଡ଼, ରାମସିଙ୍ଘ ମାଝୀ, ଅନ୍ତରାମ ରାଉତ, ପ୍ରମୁଖ ଉପସ୍ଥିତ ଥିବାବେଳେ l ଏହି ଗୁଡିଚଗା ପର୍ବ ପାଇଁ ନିକଟସ୍ଥ ପଡୋଶୀ ଗ୍ରାମର ସମସ୍ତ ଗାଁକୁ ନିମନ୍ତ୍ରଣ କରାଯାଇଥାଏ । ଗୁଡିଚଗା ପର୍ବରେ ସାମିଲ ହେବା ପାଇଁ ନିମନ୍ତ୍ରଣ ରକ୍ଷାକରି ନିଜ ସାଧ୍ୟ ମୁତାବକ ବରଣୀ ନେଇ ନିଜ ଦଳ ବଳ ନେଇ ମାଟିଗୁଡି ଠାରେ ପହଞ୍ଚିଥାନ୍ତି। ଗୁଡିଚଗା ଗାଁରେ ପହଞ୍ଚିବା ପରେ ଅତିଥିଙ୍କ ସେବା ପାଇଁ ମହିଳାମାନେ ଗୋଡ ଧୋଇଦେଇ ବନ୍ଦାପନା କରି ପାଛୋଟି ନେଇଥାନ୍ତି ।
ଏହାପରେ ଯୁବକମାନେ ଏକ ଖଟିଆରେ ଅତିଥିଙ୍କୁ ବୋହି ଗୁଡି ପରିକ୍ରମା କରିଥାନ୍ତି।ଏହାପରେ ଗୁଡି ଭିତରେ ବସି ଭାବର ଆଦାନ ପ୍ରଦାନ ସହ ବିଭିନ୍ନ ଉପଚାରରେ ହେଉଥିବା ପୂଜାରେ ସାମିଲ ହେଇଥାନ୍ତି। ଦିନ ତମାମ ଏହି ପର୍ବ ଚାଲିଥାଏ । ଗରୁମେଙ୍କ ଦେହରେ ଦେବୀଙ୍କ କାଳସୀ ଲାଗି ପର୍ବ ଆୟୋଜନର ବିଧି ନେଇ ବୁଝାଇଥାନ୍ତି ଏଥିରେ ମୋଟ ୧୦ ଗୋଟି ଗ୍ରାମରୁ କନକପୁର, ଆଟି ଗାଁ, ଇଚ୍ଛାପୁର, ହାରାମାଲ, ତୋତ୍ରାଗୁଡା, ଝରାବାହାଳୀ, ବୋଦେଲବନ୍ଧ, ମତାଚୁଆ, କୋଷାବରା, ତୁମୁଣୀ ଏହି ସବୁ ଗାଁରୁ ଯାନୀ ପୁଝାରୀ ଆସିଥିଲେ। ଗ୍ରାମରେ ହସଖୁସି ମଧ୍ୟରେ ଏହି ପର୍ବ ପାଳିତ ହୋଇଯାଇଛି।
ଏହି ପର୍ବ ପାଳନ ପାଇଁ ଗ୍ରାମବାସୀ ତଥା ଟୋକିପର୍ବ ପରିଚାଳନା କମିଟି ର ସଦସ୍ୟ ଥବିର ରାଉତ,ଦେବ, ଶବର,ହେମନ୍ତ ଶବର,ପତି ଗଉଡ଼,ବଳରାମ ଗଉଡ଼,ମଙ୍ଗଳୁ ସୁନାନୀ,ଦୟାଳୁ ଛତ୍ରିଆ,ତାରାଚନ ଶବର,ଶ୍ରୀକୃଷ୍ଣ ଗଉଡ଼,ସତ୍ୟ ଶବର,ଚକ୍ର ଗଉଡ଼,ଲାବାନ୍ୟ ମାଝୀ,ତେଜରାଜ ଶବର, ଉମାକାନ୍ତ ମାଝୀ,ଭୀଷ୍ମ ବେହେରୁକ ଆଦି ଯୋଗ ଦେଇଥିଲେ।
ରିପୋର୍ଟ : ଭୋଜରାଜ ଛତ୍ରିଆ