ବଡ଼ଦିନ ପାଇଁ ବାଲିଗୁଡା ପୋଲିସ ର ହାଇ ଆଲାର୍ଟ। ବାଲିଗୁଡା ସହର ଓ ବାରଖମା ଫାଣ୍ଡି ଅଂଚଳ ର ବିଭିନ୍ନ ସ୍ଥାନ ରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ।
ବାଲିଗୁଡା ୨୩। ୧୨: ବଡ଼ଦିନ ପାଇଁ ବାଲିଗୁଡା ପୋଲିସ ର ହାଇ ଆଲାର୍ଟ। ବାଲିଗୁଡା ସହର ଓ ବାରଖମା ଫାଣ୍ଡି ଅଂଚଳ ର ବିଭିନ୍ନ ସ୍ଥାନ ରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛିଳ। ବାଲିଗୁଡା ଏସ.ଡି.ପି.ଓ କୋମଳ କୁମାର ପଣ୍ଡା ଓ ଆଇ.ଆଇ.ସି ସୁଶାନ୍ତ ସାହୁ ଙ୍କ ସମେତ ୨ ପ୍ଲାଟୁନ ପୋଲିସ ଫୋର୍ସ ଙ୍କ ଦ୍ୱାରା ଫ୍ଲାଗ ମାର୍ଚ୍ଚ କରାଯାଇଛି। ପବିତ୍ର ବଡ଼ଦିନ କୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ଓ ଅପରାଧିକ ଶ୍ରେଣୀ ର ବ୍ୟକ୍ତି ବିଶେଷ ଙ୍କ ମନରେ ପୋଲିସ ର କଡା କାର୍ଯ୍ୟାନୁଷ୍ଠାନ ପରି ବ୍ୟବସ୍ଥା ଗ୍ରହଣ କରିବା ନେଇ ଧାରଣା ସୃଷ୍ଟି କରିବାକୁ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ବଡ଼ଦିନ କୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବାକୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯିବା ସହ ସମସ୍ତ ଚର୍ଚ୍ଚ ରେ ପୋଲିସ ମୃତୟନ କରାଯିବ କହିଛନ୍ତି ବାଲିଗୁଡା ଏସ.ଡି.ପି.ଓ। ବଡ଼ଦିନ କୁ ଶାନ୍ତିପୂର୍ଣ ଭାବେ ପାଳନ କରିବା କୁ ବାଲିଗୁଡା ପୋଲିସ ପକ୍ଷରୁ ନିବେଦନ କରାଯାଇଛି।
ରିପୋର୍ଟ : ଜ୍ୟୋତିପ୍ରକାଶ ସାମନ୍ତରାୟ