ଉମରକୋଟ ବ୍ଲକ୍ ସ୍ତରୀୟ ସୁପର – ୫୦ କାର୍ଯ୍ୟକ୍ରମ ଅନୁଷ୍ଠିତ।

0

ଉମରକୋଟ, ୨୩। ୧୨ :ସ୍ଥାନୀୟ ଚଢ଼େଇଗୁଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ ସୁପର -୫୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁଙ୍କ ନିର୍ଦ୍ଦେଶକ୍ରମେ ୨୦୨୫ ମସିହାର ମାଟ୍ରିକ୍ ପରୀକ୍ଷା ଫଳରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ବ୍ଲକ୍ ରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି। ଉରକୋଟ ବ୍ଲକ୍ ର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ୪୦ ରୁ ଉର୍ଦ୍ଧ୍ବ ଦଶମ ଶ୍ରେଣୀର ପ୍ରତ୍ୟେକ ବିଦ୍ୟାଳୟରୁ ଦୁଇ ଜଣ ଅଗ୍ରଣୀ ଛାତ୍ର ଛାତ୍ରୀ ଆଜି ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଚଢ଼େଇଗୁଡ଼ାଠାରେ ପହଞ୍ଚିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ସରକାର, ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅସୀମ ଦାସ ଏବଂ ଚଢ଼େଇଗୁଡ଼ା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ରାଉତଙ୍କର ପ୍ରତ୍ୟେକ୍ଷ ତତ୍ବାବଧାନରେ ପ୍ରାତଃ ୧୦ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଭିନ୍ନ ବିଷୟର ଅଭିନବ ପଦ୍ଧତିରେ ସାଧନକର୍ମୀ ସରୋଜ କୁମାର ସାହୁ, ଶ୍ରଦ୍ଧାଞ୍ଜଳି ସାହୁ, ଇନ୍ଦ୍ର ମାଳି, ନବୀନ ବିଶ୍ୱାସ, ସୁରେନ୍ଦ୍ର ଗଣ୍ଡ ପ୍ରମୁଖ ଶିକ୍ଷାଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ରାଉତଙ୍କ ସହାୟତାରେ ସର୍ବଶ୍ରୀ ସୁଦର୍ଶନ ହରିଜନ, ଆକୁଳ ବିଶ୍ୱାସ, ଶ୍ରୀନିବାସ ପାଢ଼ୀ, ଆଦିତ୍ୟ ପ୍ରତାପ ମହାରଣା, ବିଜୟ ପ୍ରଧାନ, ଭାଗବତ ଚନ୍ଦ୍ର ଦାସ, ଲୁନାରାଣୀ ରାଉତ, ତ୍ରିଲୋଚନ ହରିଜନ ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲେ ।ରିପୋର୍ଟ : ଦୀପଙ୍କର ଡାକୁଆ

Leave A Reply

Your email address will not be published.

error: Content is protected !!
Latest News
ବିଜେପିର ମିଶ୍ରଣ ପର୍ବ, ଭୁଶୁଡି ଯିବ କି ବିଜେଡି ଗଡ଼ । ଗଞ୍ଜାମ ଜିଲ୍ଲା କବି- ସୂର୍ଯ୍ୟନଗର ସହର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆଗରେ ଦୁଇ ଯୁବକ ଙ୍କୁ ଖଣ୍ଡା ରେ ସଂଘବଧ... ସାଇ ମନ୍ଦିରରୁ ସୁନା ଅଳଙ୍କାର ଚୋରି| ଭୟଙ୍କର ବିସ୍ପୋରଣ ରେ ଚାଲିଗଲ ୨ ଜଣକ ଜୀବନ ନୂଆ ବର୍ଷରେ ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ କହି ଘରୁ ବାହାରିଥିଲେ ରଞ୍ଜନ , କିନ୍ତୁ ପରଦିନ ସକାଳେ ବିଲ ମଝିରେ ମରି ... ଟୁଙ୍ଗୁରୁ ଭୋଳ ପରି ଭଲ ପାଇଲା, ଦେହସୁଖ ପରେ ଛାଡିଦେଲା। ୨୦୨୦ ରେ ଟୁଙ୍ଗୁରୁ- ବର୍ଷା, ୨୦୨୫ ରେ ଶିବା-ଆରତୀ। ସାଗବାହାଳୀ ରୁ ସାନ କେନ୍ଦୁଗୁଡାକୁ ରାସ୍ତା ନିର୍ମାଣ ପାଇଁ ଗ୍ରାମ ବାସୀଙ୍କ ଦାବି। କ୍ଷୁଦ୍ଧାମୁକ୍ତ ବିକଶିତ ସମାଜ ଗଠନ ପାଇଁ ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉସ୍ୱାତୀର କର୍ମୀ ସମ୍ମୀଳନୀରେ ଘୁ.... ନଳଗୋହିରା ଶିକ୍ଷା ବିକାଶ ମଞ୍ଚ ଓ ନେହେରୁ ଯୁବକେନ୍ଦ୍ର, ଭଦ୍ରକର ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗି... ମିକ୍ସଚର ଫ୍ୟାକ୍ଟ୍ରି ରେ ଅଗ୍ନିକାଣ୍ଡ