ଭୟଙ୍କର ବିସ୍ପୋରଣ ରେ ଚାଲିଗଲ ୨ ଜଣକ ଜୀବନ

0

ବାଣ ବିସ୍ଫୋରଣରେ । ଉଡିଗଲା ଘରର ଛାତ । ଦୁର୍ଘଟଣାରେ ଗୋଟିଏ ପରିବାରର ୨ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ଦୁଇ ଜଣ ହେଲେ ଜଗତସିଂହପୁର ସଦର ଅଞ୍ଚଳ ବଡ଼ବାଗ ଗାଁର ସୁଶୀଲ ଦାସ ଙ୍କ ପୁଅ ରାଜେଶ ଦାସ ଓ ତାଙ୍କ ସ୍ତ୍ରୀ ରାନୀ ଦାସ । ସେହିଭଳି ଆହତ ମାନେ ହେଲେ ମୃତ ରାଜେଶଙ୍କ ମଝିଆଁ ଭାଇ ପରେଶ ଦାସ ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଦାସ ।
ଗତକାଲି ରାତିରେ ବଡ଼ବାଗ ଗାଁରେ ଏହି ଅଘଟଣ ଘଟିଛି । ବାଣ ଭିଡ଼ୁଥିବା ବେଳେ ଏଥିରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଫଳରେ ଏକ କୋଠା ଘରର ଛାତ ସମେତ କାନ୍ଥ ଭାଙ୍ଗି ଛିନଛତ୍ର ହୋଇଯାଇଥିଲା । ଭଙ୍ଗା କୋଠା ଭିତରେ ଘରର ପରିବାରର ସଦସ୍ୟ ଚାପି ହୋଇ ରହିଥିଲେ ।
ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ଓ ଓଡ୍ରାଫ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସାଳୟ ନେଇଥିଲେ । ବିସ୍ଫୋରଣ ସ୍ଥଳରୁ ଦୀର୍ଘ ୩ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ତେବେ ଏହି ବିସ୍ଫୋରଣ କିଭଳି ହେଲା, ବିସ୍ଫୋରଣ ପଛର କାରଣ ବାଣ ନା ଆଉ କିଛି ଏବଂ ଯଦି ବାଣ ତେବେ ଏହା ଆଇନ ସମତ କି ବେଆଇନ୍ ଭାବେ ଭିଡ଼ା ଯାଉଥିବା ସେ ସମ୍ପର୍କରେ ପୋଲିସ ଓ ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ଅବସ୍ଥାରେ ତଦନ୍ତ କରାଯିବ, ବର୍ତମାନ ସୁଦ୍ଧା ସାଇଣ୍ଟିଫିକ ଟିମ ଏବଂ ବମସ୍କ୍ୱାଟ ପହଂଚି ତଦନ୍ତ କରୁଛନ୍ତି ବାଣ ବିସ୍ପୋରଣ ହେଇଛି ନାଁ ଅନ୍ୟକେଉଁ କାରଣ ରୁ ବିସ୍ପୋରନ ହୋଇଛି ତାହା ଜଣାପଡିନି ।

Leave A Reply

Your email address will not be published.

error: Content is protected !!
Latest News
ବିଜେପିର ମିଶ୍ରଣ ପର୍ବ, ଭୁଶୁଡି ଯିବ କି ବିଜେଡି ଗଡ଼ । ଗଞ୍ଜାମ ଜିଲ୍ଲା କବି- ସୂର୍ଯ୍ୟନଗର ସହର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆଗରେ ଦୁଇ ଯୁବକ ଙ୍କୁ ଖଣ୍ଡା ରେ ସଂଘବଧ... ସାଇ ମନ୍ଦିରରୁ ସୁନା ଅଳଙ୍କାର ଚୋରି| ଭୟଙ୍କର ବିସ୍ପୋରଣ ରେ ଚାଲିଗଲ ୨ ଜଣକ ଜୀବନ ନୂଆ ବର୍ଷରେ ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ କହି ଘରୁ ବାହାରିଥିଲେ ରଞ୍ଜନ , କିନ୍ତୁ ପରଦିନ ସକାଳେ ବିଲ ମଝିରେ ମରି ... ଟୁଙ୍ଗୁରୁ ଭୋଳ ପରି ଭଲ ପାଇଲା, ଦେହସୁଖ ପରେ ଛାଡିଦେଲା। ୨୦୨୦ ରେ ଟୁଙ୍ଗୁରୁ- ବର୍ଷା, ୨୦୨୫ ରେ ଶିବା-ଆରତୀ। ସାଗବାହାଳୀ ରୁ ସାନ କେନ୍ଦୁଗୁଡାକୁ ରାସ୍ତା ନିର୍ମାଣ ପାଇଁ ଗ୍ରାମ ବାସୀଙ୍କ ଦାବି। କ୍ଷୁଦ୍ଧାମୁକ୍ତ ବିକଶିତ ସମାଜ ଗଠନ ପାଇଁ ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉସ୍ୱାତୀର କର୍ମୀ ସମ୍ମୀଳନୀରେ ଘୁ.... ନଳଗୋହିରା ଶିକ୍ଷା ବିକାଶ ମଞ୍ଚ ଓ ନେହେରୁ ଯୁବକେନ୍ଦ୍ର, ଭଦ୍ରକର ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗି... ମିକ୍ସଚର ଫ୍ୟାକ୍ଟ୍ରି ରେ ଅଗ୍ନିକାଣ୍ଡ