କ୍ଷୁଦ୍ଧାମୁକ୍ତ ବିକଶିତ ସମାଜ ଗଠନ ପାଇଁ ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉସ୍ୱାତୀର କର୍ମୀ ସମ୍ମୀଳନୀରେ ଘୁ.ଉଦୟଗିରି ବିଧାୟକଙ୍କ ମତ ।

0

କନ୍ଧମାଳ: ଶିକ୍ଷା ହେଉଛି ଏକ ବିକଶିତ ସମାଜ ଗଠନର ମୂଳମନ୍ତ୍ର । ଶିକ୍ଷିତ ସମାଜ ଅଧିକ ସଚେତନ, କର୍ମକୁଶଳୀ ଓ ସୃଜନଶୀଳ ଅଟେ । ଏକ ପ୍ରଗତିଶୀଳ ଜିଲ୍ଲା ଓ ରାଜ୍ୟ ଗଠନ କରିବାକୁ ହେଲେ ଏହାର ଶିକ୍ଷା ବିଶେଷକରି ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବା ସହ ସେଥିରେ ଥିବା ଅବ୍ୟବସ୍ଥା ଗୁଡିକୁ ଦୂର କରାଯିବା ଦିଗରେ ବିଶେଷ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ଫିରିଙ୍ଗିଆ ବ୍ଲକ୍ ବନ୍ଧଗଡଠାରେ ଆୟୋଜିତ ସ୍ୱାତୀର କର୍ମୀ ସମ୍ମିଳନୀରେ ମୂଖ୍ୟ ଅତିଥିଭାବେ ଯୋଗଦେଇ ମାନ୍ୟବର ଘୁ.ଉଦୟଗିରି ବିଧାୟକ ଶ୍ରଯୁକ୍ତ ପ୍ରଫୁଲ୍ଲ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଦୁଇଦିନ ଧରି ଆୟୋଜିତ କର୍ମୀ ସମ୍ମିଳନୀ ଓ ଆଲୋଚନା ଶିବିରର ଉଦ୍ୟାପନୀ ସମାରୋହରେ ଯୋଗ ଦେଇ ବିଧାୟକ ଶ୍ରୀଯୁକ୍ତ ପ୍ରଧାନ ଏକ କ୍ଷୁଦ୍ଧାମୁକ୍ତ, ସୁସ୍ଥ ଓ ବିକଶିତ ସମାଜ ଗଠନ କରିବାକୁ ହେଲେ ପ୍ରାକ୍ ପ୍ରାଥମିକ ଓ ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଅଅଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଗôାମବାସୀ ମାନଙ୍କର ଶିକ୍ଷା ଓ ସଚେତନତା ଅଭାବରୁ ସରକାରୀ ଯୋଜନା ଗୁଡିକ ଠିକ୍ ଭାବେ ପରିଚାଳନା ହୋଇ ପାରୁନାହିଁ ଏବଂ ଲୋକମାନେ ଅଧିକାରଗତ ଲଢେଇ କରିପାରୁନାହାନ୍ତି । ପ୍ରାଥମିକ ଶିକ୍ଷା ଦିଗରେ ଅନେକ ଅବହେଳା ପ୍ରଦର୍ଶନ କରାଯାଉଛି ଏବଂ ପ୍ରାକ୍ ପ୍ରାଥମିକ ଶିକ୍ଷା ଯୋଗାଉଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଉନ୍ନତ କରାଯାଉ ନାହିଁ । ଗ୍ରାମାଞ୍ଚଳରେ ଶିକ୍ଷାର ମୂଳଭିତି ଦୁର୍ବଳ ରହୁଥିବାରୁ ପିଲାମାନେ ଭବିଷ୍ୟତରେ ପ୍ରତିଯୋଗୀତା ମୂଳକ ବ୍ୟବସ୍ଥାରେ ସୁଯୋଗ ହାସଲ କରି ପାରୁନାହାନ୍ତି । ତେଣୁ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଦୁଇ କୋଠରୀ ବିଶିଷ୍ଟ କରିବା ସହ ଦୁଇଜଣ ସହାୟିକା ନିଯୁକ୍ତି ଏବଂ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଆବଶ୍ୟକ ପରିମାଣର ଶିକ୍ଷକ ନିଯୁକ୍ତି ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଆବଶ୍ୟକ ବୋଲି ସେ କହିଥିଲେ ।
ସ୍ୱାତୀ ଗତବର୍ଷ ଗୁଡିକରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ କାର୍ଯ୍ୟକ୍ରମ ସହ ଅଧାରୁ ପାଠଛାଡୁଥିବା ପିଲାମାନଙ୍କ ପାଇଁ ସଂପୂର୍ଣ୍ଣ ଶିକ୍ଷା ସୁଯୋଗ ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରୁଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ । ସ୍ୱାତୀ ଦ୍ୱାରା ପରିଚାଳିତ ରେଡିଓ-ସ୍ୱାତୀ ମାଧ୍ୟମରେ ଶିକ୍ଷା ଓ ସଚେତନତା ବାର୍ତା ପ୍ରସାର କରାଯାଉଥିବାରୁ ସେ ପ୍ରଶଂସା କରିବା ସହ ଶିକ୍ଷାର ପ୍ରସାର ନିମନ୍ତେ ଗୋଷ୍ଠୀ ସଚେତନତା ସୃଷ୍ଟି ପାଇଁ ଏକ ରେଡିଓ ବାର୍ତା ଦେଇଥିଲେ । ସ୍ୱାତୀ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଶାନ୍ତ ଶତପଥି କ୍ଷୁଦ୍ଧାମୁକ୍ତ ସମାଜ ଗଠନ ଦିଗରେ କୃଷି ଓ ରୋଗଜାର ବୃଦ୍ଧି କାର୍ଯ୍ୟକ୍ରମ ଗୁଡିକ ସଂପର୍କରେ ଉକ୍କେଖ କରିଥିଲେ । ସଂପାଦକ ଇଂ.ହରିଶଙ୍କର ରାଉତ ଗୋଷ୍ଠୀର ଖାଦ୍ୟ ସୁରକ୍ଷା ଏବଂ ସୁସ୍ଥତା ନିମନ୍ତେ ଅନୁଷ୍ଠାନ ଗ୍ରହଣ କରୁଥିବା କାର୍ଯ୍ୟକ୍ରମ ଗୁଡିକ ସଂପର୍କରେ ଉପସ୍ଥାପନ କରିବା ସହ ସରକାରୀ ଯୋଜନା ଗୁଡିକ ଗୋଷ୍ଠୀସ୍ତରରେ ପହଂଚାଇବାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଥିବା ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ, ବନାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ, ଶ୍ରୀ-ଅନ୍ନ ଅଭିଯାନ ଏବଂ ସମନ୍ୱିତ କୃଷି କାର୍ଯ୍ୟକ୍ରମ ଆଦିଗୁଡିକ ଦ୍ୱାରା ଗୋଷ୍ଠୀରେ ଲୋକମାନଙ୍କ ଖାଦ୍ୟ ଓ ପୁଷ୍ଟି ସୁରକ୍ଷା ସହ ଦେଶାନ୍ତରୀ, ପୁଷ୍ଟିହୀନତା ଆଦି ସମସ୍ୟା କିଛି ମାତ୍ରାରେ ରୋକାଯାଇ ପାରିଛି ବୋଲି କହିଥିଲେ । ଏହି ସମ୍ମିଳନୀରେ ସ୍ୱାତୀର ସମସ୍ତ କର୍ମୀ ମାନଙ୍କ ସହ ଗୋଷ୍ଠୀ ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ । ସଫଳ କୃଷକ, ମହିଳା ଦଳ ସଦସ୍ୟା, ସ୍ୱାସ୍ଥ୍ୟ କର୍ମୀ ଏବଂ ସ୍ୱାତୀ କର୍ମୀ ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ରିପୋର୍ଟ : ମୃତ୍ୟୁଞ୍ଜୟ ଦିଗାଲ

Related Posts
1 of 3
Leave A Reply

Your email address will not be published.

error: Content is protected !!
Latest News
ବିଜେପିର ମିଶ୍ରଣ ପର୍ବ, ଭୁଶୁଡି ଯିବ କି ବିଜେଡି ଗଡ଼ । ଗଞ୍ଜାମ ଜିଲ୍ଲା କବି- ସୂର୍ଯ୍ୟନଗର ସହର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆଗରେ ଦୁଇ ଯୁବକ ଙ୍କୁ ଖଣ୍ଡା ରେ ସଂଘବଧ... ସାଇ ମନ୍ଦିରରୁ ସୁନା ଅଳଙ୍କାର ଚୋରି| ଭୟଙ୍କର ବିସ୍ପୋରଣ ରେ ଚାଲିଗଲ ୨ ଜଣକ ଜୀବନ ନୂଆ ବର୍ଷରେ ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ କହି ଘରୁ ବାହାରିଥିଲେ ରଞ୍ଜନ , କିନ୍ତୁ ପରଦିନ ସକାଳେ ବିଲ ମଝିରେ ମରି ... ଟୁଙ୍ଗୁରୁ ଭୋଳ ପରି ଭଲ ପାଇଲା, ଦେହସୁଖ ପରେ ଛାଡିଦେଲା। ୨୦୨୦ ରେ ଟୁଙ୍ଗୁରୁ- ବର୍ଷା, ୨୦୨୫ ରେ ଶିବା-ଆରତୀ। ସାଗବାହାଳୀ ରୁ ସାନ କେନ୍ଦୁଗୁଡାକୁ ରାସ୍ତା ନିର୍ମାଣ ପାଇଁ ଗ୍ରାମ ବାସୀଙ୍କ ଦାବି। କ୍ଷୁଦ୍ଧାମୁକ୍ତ ବିକଶିତ ସମାଜ ଗଠନ ପାଇଁ ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉସ୍ୱାତୀର କର୍ମୀ ସମ୍ମୀଳନୀରେ ଘୁ.... ନଳଗୋହିରା ଶିକ୍ଷା ବିକାଶ ମଞ୍ଚ ଓ ନେହେରୁ ଯୁବକେନ୍ଦ୍ର, ଭଦ୍ରକର ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗି... ମିକ୍ସଚର ଫ୍ୟାକ୍ଟ୍ରି ରେ ଅଗ୍ନିକାଣ୍ଡ