ନଳଗୋହିରା ଶିକ୍ଷା ବିକାଶ ମଞ୍ଚ ଓ ନେହେରୁ ଯୁବକେନ୍ଦ୍ର, ଭଦ୍ରକର ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା
ମତୋ: ନଳଗୋହିରା ଶିକ୍ଷା ବିକାଶ ମଞ୍ଚ ଓ ନେହେରୁ ଯୁବକେନ୍ଦ୍ର, ଭଦ୍ରକର ମିଳିତ ଆନୁକୂଲ୍ୟରେ ଦୁଇ ଦିବସୀୟ ବ୍ଲକ ସ୍ତରୀୟ କ୍ରୀଡ଼ା ଉତ୍ସବ ରାମେଶ୍ୱର ପଡିଆ, ମତୋ ଠାରେ ଅନୁଷ୍ଠିତ ହୋଇଯାଇଛି। ମତୋ ଡିଗ୍ରୀ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ପ୍ରକାଶ ମଲ୍ଲିକ ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୁକାନ୍ତ ଚରଣ ଜେନା,ଶ୍ରୀକାନ୍ତ ନାୟକ, ଶଶୀଭୂଷଣ ମଲ୍ଲିକ, ରଘୁନାଥ ସାହୁ, ମଦାଳସା ମଲ୍ଲିକ, ରମାକାନ୍ତ ଦାଶ ଅତିଥି ଭାବେ ଅଂଶ ଗ୍ରହଣ କରିଥିଲେ । ବ୍ଲକ୍ ସ୍ତରୀୟ ୧୦୦ ମିଟର ଦୌଡ଼, ସ୍ଲୋ ସାଇକେଲ, କବାଡି, ଫୁଟୁବଲ, ବ୍ୟାଡମିଣ୍ଟନ ଆଦି କ୍ରୀଡ଼ାରେ କ୍ରୀଡ଼ାବିତ ମାନେ ଅଂଶ ଗ୍ରହଣ କରିଥିଲେ। ମତୋ କଲେଜର କ୍ରୀଡ଼ା ଅଧ୍ୟାପକ ଶିବ ପ୍ରସାଦ ମଲ୍ଲିକ ଓ ଚାନ୍ଦବାଲି କଲେଜର ଅଵସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଯଦୁବୀର ପ୍ରତାପ ରାୟ ଙ୍କ ତତ୍ତ୍ୱାବଧାନରେ ସମସ୍ତ କ୍ରୀଡ଼ା ପରିଚାଳିତ ହୋଇଥିଲା । ଉକ୍ତ କ୍ରୀଡ଼ାରେ ବିଜୟୀ ମାନଙ୍କୁ ଜିଲ୍ଲା ସ୍ତରୀୟ ମନୋନୀତ କରାଯାଇଥିଲା । ଶେଷରେ ପୁରସ୍କାର ବିତରଣୀ ଉତ୍ସଵରେ ମୁଖ୍ୟ ଅତିଥି ଭାବେ ମତୋ ଡିଗ୍ରୀ ମହାବିଦ୍ୟାଳୟ ଉପାଧ୍ୟକ୍ଷା ନିରୂପମା ସୁତାର, ଅଧ୍ୟାପକ ପିତାମ୍ବର ମଲ୍ଲିକ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସହ ପ୍ରମାଣପତ୍ର ଦେଇ ସମ୍ମାନିତ କରିଥିଲେ। ଶେଷରେ ଶିକ୍ଷା ବିକାଶ ମଞ୍ଚର ଅମରେଶ ପରିଡା କ୍ରୀଡ଼ାର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଦୀପକ ନାଥ, ମୋନାଲିଶା ମଲ୍ଲିକ, ସୌରଭ ରାଉଳ,ସୁଦର୍ଶନ ବାରିକ, ପ୍ରକାଶ ବେହେରା, ଅଜୟ ବେହେରା ଆଦି କ୍ରୀଡ଼ା ପରିଚାଳନା କରିଥିଲେ ।
ରିପୋର୍ଟର- ରଞ୍ଜୀବ କୁମାର ନାୟକ