ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଗୁରୁକୃପା ପକ୍ଷରୁ ରିବେରା ୨୦୨୪ ଉଦଯାପିତ।

0

ଉମରକୋଟ: ନବରଙ୍ଗପୁର ଜ଼ିଲ୍ଲାର ପ୍ରମୁଖ ଅଗ୍ରଣି ଶିକ୍ଷା ଅନୁଷ୍ଠାନ ଗୁରୁକୃପା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବାର୍ଷିକ ଉତ୍ସବ ରିଭେରା ୨୦୨୪ ଉଦଯାପିତ ହୋଇଯାଇଛି | ଏହି ଉତ୍ସବ ୨୦.୧୨.୨୦୨୪ ରିଖ ଠାରୁ ଆରମ୍ଭ ହୋଇ ୨୩.୧୨.୨୦୨୪ ପର୍ଯ୍ୟନ୍ତ ୪ ଦିନ ଧରି ଚାଲି ଥିବାବେଳେ, ପ୍ରଥମ ଦିନ ଓ ଦ୍ୱିତୀୟ ସନ୍ଧ୍ୟା ରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ମହେଶ୍ୱର ନାୟକ, ଅବସରପ୍ରାପ୍ତ ଜ଼ିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼କ୍ଟର ସୁରେନ୍ଦ୍ର ନାଥ ଦାଶ ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥିଭାବେ ଉମରକୋଟ ଥାନା ଅଧିକାରୀ ତପନ କୁମାର ପତି, ବରିଷ୍ଠ ନେତା ମନୋରଞ୍ଜନ ତ୍ରିପାଠୀ, ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ ର ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ମଲ୍ଲିକ,ପ୍ରାକ୍ତନ ଟୀକାକାରଣ ଅଧିକାରୀ କୁସୁମ ନାୟକ ପ୍ରମୁଖ ଯୋଗଦେଇ ଥିଲେ, ତୃତୀୟ ଦିନରେ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଝାଡେଶ୍ୱର ମହାନ୍ତି, ଉମରକୋଟ କୌର୍ଟ ବାର ଏସୋସିଏସିନ ସଭାପତି ତଥା ସାମ୍ବାଦିକ ସଙ୍ଘ ଅଧକ୍ଷ ପ୍ରଶାନ୍ତ କୁମାର ସାହୁ, ଉମରକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର Dr. ସବ୍ୟସାଚୀ, ଅଵସର ପ୍ରାପ୍ତ ଅଧ୍ୟାପକ ପଙ୍କଜ ଲୋଚନ ମିଶ୍ର ଓ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ଶାନ୍ତି ଲତା ମହାନ୍ତି ଉପସ୍ଥିତ ରହିଥିଲେ। ଏବଂ ଚତୁର୍ଥ ଦିନ ଜିଲ୍ଲା ଶିକ୍ଷ ଅଧିକାରୀ ଛାତ୍ରପତି ସାହୁ, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ସାଗର ମାଝୀ ଓ ଅନ୍ୟ ଉପସ୍ଥିତ ଅତିଥି ଙ୍କ ଦ୍ଵାରା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରଫି ସହ ପୁରସ୍କୃତ କରିଥିଲେ l ଅନୁଷ୍ଠାନ ପକ୍ଷରୁ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ଯୋଗୁଁ ଅନୁଷ୍ଠାନ ରେ ଅଧୟନ ରତ ଛାତ୍ର ଛାତ୍ରୀ ଙ୍କ ଦକ୍ଷତା ବୃଦ୍ଧି ହେବା ସହ ଆଗାମୀ ଦିନ ରେ ନିଜ ନିଜର ଲକ୍ଷ ପୁରଣ କରିପାରିବେ ବୋଲି ମୁଖ୍ୟଅତିଥି ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ନାୟକ ନିଜ ବକ୍ତବ୍ୟ ରେ କହିଥିଲେ | ସେହିପରି ଏହିଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅନୁଷ୍ଠାନ ର ପରିଚାଳନା କମିଟି କୁ ଅବସର ପ୍ରାପ୍ତ ଜ଼ିଲ୍ଲା ଚିକିତ୍ସା ଅଧିକାରୀ ଡ଼କ୍ଟର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଅବସରରେ ଗୁରୁ କୃପା ଅନୁଷ୍ଠାନ ର ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ,ସମ୍ପାଦକ ଶ୍ରୀମତୀ ସାଗରିକା ପଟ୍ଟନାୟକ,ପ୍ରୋଗ୍ରାମ କୋଅର୍ଡିନେଟର ଇଂ. ଚନ୍ଦନା ମଲ୍ଲିକ ,ଅଧ୍ୟକ୍ଷା ବଚପନ୍ ଏ ପ୍ଲେ ସ୍କୁଲ ଶ୍ରୀମତୀ ଦୀପା ପାଲ , ଗୁରୁ କୃପା ପବ୍ଲିକ ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ସ୍ବପ୍ନା ପାଣିଗ୍ରାହୀ ଓ ଅଧ୍ୟକ୍ଷ ,ଗୁରୁକୃପା କଲେଜ ଅଫ୍ ମେଡିକାଲ ସାଇନ୍ସ୍ ,ଡ. ଦେବୀ ପ୍ରସାଦ କର, ଶ୍ରୀ ସୁଧାଂଶୁ ଶେଖର ଟହଲ ,ଅଧ୍ୟକ୍ଷ, ଗୁରୁକୃପା ହାଇଏର ସେକେଣ୍ଡାରୀ ସ୍କୁଲ୍, ଅବସର ପ୍ରାପ୍ତ ଅଧ୍ୟାପକ ପଙ୍କଜ ମିଶ୍ର ଏବଂ ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଶାନ୍ତିଲତା ମହାନ୍ତି ପ୍ରମୁଖ ମଞ୍ଚାସୀନ ହୋଇ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମ କୁ ଗୁରୁକୃପା ମହାବିଦ୍ୟାଳୟର ଅଧ୍ୟାପିକା, ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ ର ଉପସଭାପତି ତଥା ଗୁରୁ କୃପା ଅନୁଷ୍ଠାନ ର ପ୍ରୋଗ୍ରାମ କୋଡିନେଟର ଇଂ. ଚନ୍ଦନା ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଗୁରୁକୃପା ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ କର୍ମକର୍ତ୍ତା ଓ ସମସ୍ତ କର୍ମଚାରୀଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ ହୋଇଥିଲା। l ଏହିଭଳି କାର୍ଯ୍ୟକ୍ରମ ପାଇଁ ସମ୍ମାନିତ ଅତିଥି ପ୍ରକ୍ତାନ ଟୀକା କରଣ ଅଧିକାରୀ ଶ୍ରୀମତୀ କୁସୁମ ନାୟକ ଆୟୋଜକ ଗୁରୁକୃପା ଶିକ୍ଷା ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଏବଂ ସମସ୍ତ କର୍ମଚାରୀ ଙ୍କୁ ସାଧୁବାଦ ଅର୍ପଣ କରିଥିଲେ l ଶେଷରେ ଅନୁଷ୍ଠାନ ପକ୍ଷରୁ ଉପସ୍ଥିତ ସମସ୍ତ ଅତିଥି, ଜନସାଧାରଣ ଏବଂ ଅଭିଭାବକ ମାନଙ୍କୁ ଶିକ୍ଷୟତ୍ରୀ ହମିଦା ସତାର ହିଂଗୋରା ଧନ୍ୟବାଦ ଅର୍ପଣ କରିଥିଲେ | ପରେ ରାଷ୍ଟ୍ରୀୟ ସଂଗୀତ ସହ କାର୍ଯ୍ୟକ୍ରମ କୁ ସମାପ୍ତ ଘୋଷଣା କରାଯାଇଥିଲା |

ରିପୋର୍ଟ : ଦିପଙ୍କର ଡାକୁଆ

Related Posts
1 of 3

Leave A Reply

Your email address will not be published.

error: Content is protected !!
Latest News
ବିଜେପିର ମିଶ୍ରଣ ପର୍ବ, ଭୁଶୁଡି ଯିବ କି ବିଜେଡି ଗଡ଼ । ଗଞ୍ଜାମ ଜିଲ୍ଲା କବି- ସୂର୍ଯ୍ୟନଗର ସହର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆଗରେ ଦୁଇ ଯୁବକ ଙ୍କୁ ଖଣ୍ଡା ରେ ସଂଘବଧ... ସାଇ ମନ୍ଦିରରୁ ସୁନା ଅଳଙ୍କାର ଚୋରି| ଭୟଙ୍କର ବିସ୍ପୋରଣ ରେ ଚାଲିଗଲ ୨ ଜଣକ ଜୀବନ ନୂଆ ବର୍ଷରେ ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ କହି ଘରୁ ବାହାରିଥିଲେ ରଞ୍ଜନ , କିନ୍ତୁ ପରଦିନ ସକାଳେ ବିଲ ମଝିରେ ମରି ... ଟୁଙ୍ଗୁରୁ ଭୋଳ ପରି ଭଲ ପାଇଲା, ଦେହସୁଖ ପରେ ଛାଡିଦେଲା। ୨୦୨୦ ରେ ଟୁଙ୍ଗୁରୁ- ବର୍ଷା, ୨୦୨୫ ରେ ଶିବା-ଆରତୀ। ସାଗବାହାଳୀ ରୁ ସାନ କେନ୍ଦୁଗୁଡାକୁ ରାସ୍ତା ନିର୍ମାଣ ପାଇଁ ଗ୍ରାମ ବାସୀଙ୍କ ଦାବି। କ୍ଷୁଦ୍ଧାମୁକ୍ତ ବିକଶିତ ସମାଜ ଗଠନ ପାଇଁ ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉସ୍ୱାତୀର କର୍ମୀ ସମ୍ମୀଳନୀରେ ଘୁ.... ନଳଗୋହିରା ଶିକ୍ଷା ବିକାଶ ମଞ୍ଚ ଓ ନେହେରୁ ଯୁବକେନ୍ଦ୍ର, ଭଦ୍ରକର ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗି... ମିକ୍ସଚର ଫ୍ୟାକ୍ଟ୍ରି ରେ ଅଗ୍ନିକାଣ୍ଡ