ନୂଆ ବର୍ଷରେ ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ କହି ଘରୁ ବାହାରିଥିଲେ ରଞ୍ଜନ , କିନ୍ତୁ ପରଦିନ ସକାଳେ ବିଲ ମଝିରେ ମରି ସୋଇଥିଲେ ଘରର ଭେଣ୍ଡିଆ ପୁଅ।
ନୂଆ ବର୍ଷରେ ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ କହି ଘରୁ ବାହାରିଥିଲେ ରଞ୍ଜନ , କିନ୍ତୁ ପରଦିନ ସକାଳେ ବିଲ ମଝିରେ ମରି ସୋଇଥିଲେ ଘରର ଭେଣ୍ଡିଆ ପୁଅ। ଘରେ କହି ଯାଇଥିଲେ ନୂଆ ବର୍ଷ ପାଇଁ ଆମେ ଭୋଜି କରିବୁ , ଡିଜେ ବଜାଇ ନାଚ ଗୀତ କରିବୁ ଆଉ ନୂଆ ବର୍ଷ କୁ ଫୁଲ ମସ୍ତି କରିବୁ। ଏମିତି କହି ଘରୁ ବାହାରି ଯାଇଥିଲା ରଞ୍ଜନ। ହେଲେ ପର ଦିନ ସକାଳେ ଗାଁ ସାରା ଚହଳ ପଡିଗଲା। ଯେ ବିଲ ମଝିରେ କିଏ ଗୋଟେ ଅଜଣା ଯୁବକ ମାଟି କାମୁଡି ମରି ଶୋଇଛି। ସବୁ ଆଡୁ ଲୋକେ ଦୌଡ଼ି ଯାଇଥିଲେ, ଶେଷରେ ଯାଇ ଦେଖିଲା ବେଳକୁ ଆଦିବାସୀ ତୁରୁଡ଼ି ଗାଁର ରଞ୍ଜନ ଗଣ୍ଡ ଶୋଇଛି। ମୃତ ଦେହ ଦେଖି ସହଜରେ ଚିନ୍ହି ହେଉ ନାହିଁ। କାରଣ ଯୁବକଙ୍କୁ କେହି ଅତି ନିର୍ଦୟ ଭାବେ ମାରିଛନ୍ତି। ପଥର ରେ ମୁଣ୍ଡ ଛେଚି ଦେଇଛନ୍ତି। ଆଉ ଏପଟେ ନିଜ ଭେଣ୍ଡିଆ ପୁଅ ଡେରି ରାତି ଯାଏଁ ଯେବେ ନ ଆସିଛି ସେତେବେଳେ ପରିବାର ଲୋକେ ଯାଇ ଦେଖିଲା ବେଳକୁ ମାଟି କାମୁଡି ପଡ଼ିଥିବା ମୃତ ଯୁବକ ଜଣକ ଆଉ କେହି ନୁହେଁ ସେ ଭୋଜି କହି ଘରୁ ଯାଇଥିବା ରଞ୍ଜନ। ହଁ ଦର୍ଶକ ବନ୍ଧୁ, ସାଙ୍ଗ ମାନଙ୍କ ସହ ଭୋଜି କରି ଖାଇଲେ, ଡିଜେ ବଜେଇ ନାଚିଲେ, ଆଇ ଶେଷରେ ସକାଳୁ ସକାଳୁ ବିଲ ମଝିରୁ ମୃତ ଭାବରେ ଉଦ୍ଧାର ହେଲେ, ଏଭଳି ଏକ ଘଟଣା ଯାହା ରାଇଘର ବ୍ଲକରେ ଚର୍ଚ୍ଚା ର ବିଷୟ ପାଲଟିଛି। ଓଡିଶା ଛତିଶଗଡ଼ ବର୍ଡ଼ର ରେ ଥିବା ତୁରୁଡ଼ିହି ପଞ୍ଚାୟତ ନୀଳଗିରି ଜମିରେ ଏକ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ତୁରୁଡ଼ିହି ଗ୍ରାମର ଘାସିଆ ଗଣ୍ଡଙ୍କ ୧୯ ବର୍ଷୀୟ ପୁଅ ରଞ୍ଜନ ଗଣ୍ଡ ଯେ କି ରାଇଘର ଆଇ ଟି ଆଇ କଲେଜର ଛାତ୍ର ଅଟନ୍ତି, ସେ ଜାନୁଆରୀ ୧ ତାରିଖ ଦିନ ନୂଆ ବର୍ଷ ଅବସରରେ ସାଙ୍ଗ ସାଥୀଙ୍କ ସହ ଭୋଜି କରିବେ ବୋଲି କହି ସନ୍ଧ୍ୟା ସମୟରେ ଘରୁ ବାହାରିଥିଲେ। ରଞ୍ଜନ ରାତି ୮ ଟା ସୁଦ୍ଧା ଘରେ ନ ପହଞ୍ଚି ବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ। ଆଉ ପରେ ରଞ୍ଜନ ର ମୃତ ଦେହ ଉଦ୍ଧାର ହେବା ପରେ ଏବେ ରଞ୍ଜନର ମୃତ୍ୟୁ ଏକ ହତ୍ୟା ବୋଲି ପରିବାର ଲୋକେ ସନ୍ଦେହ କରିଛନ୍ତି। ଘଟଣା ସ୍ଥଳରେ କୁଦେଇ ଥାନା ଅଧକାରୀ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛନ୍ତି। ତେବେ ଦୋଷୀଙ୍କୁ ଗିରଫ କରି କଠୋର ରୁ କଠୋର ଦଣ୍ଡ ଦେବା ପାଇଁ ଦାବି ରଖିଛନ୍ତି ପରିବାର ଲୋକେ।