ଟୁଙ୍ଗୁରୁ ଭୋଳ ପରି ଭଲ ପାଇଲା, ଦେହସୁଖ ପରେ ଛାଡିଦେଲା। ୨୦୨୦ ରେ ଟୁଙ୍ଗୁରୁ- ବର୍ଷା, ୨୦୨୫ ରେ ଶିବା-ଆରତୀ।
ଗଞ୍ଜାମ : ପୁଣି ଥରେ ରିପିଟ ହେଲା ଟୁଙ୍ଗୁରୁ ଭୋଳ ଭଳି ଆଉ ଏକ କାହାଣୀ। ୨୦୨୦ ରେ ଓଡିଶାରେ ଚହଳ ପକେଇଥିଲା ଟୁଙ୍ଗୁରୁ ଭୋଳ ଆଉ ବର୍ଷ ଭୋଳର ପ୍ରେମ କାହାଣୀ, ଆଉ ଏବେ ୨୦୨୫ ରେ ରେକର୍ଡ କାଟିବ ଶିବା ଆଉ ଆରତୀ ଙ୍କ ପ୍ରେମ କାହାଣୀ। ମାଆ ବୟସର ମହିଳା ସହ ଯୁବକ ରଚିଛି ଲଭ ସେକ୍ସ & ଧୋକା ଗେମ୍। ଟୁଙ୍ଗୁରୁ ଭୋଳ କାହାଣୀତ ଅଟୋ ରୁ ଆରମ୍ଭ ହୋଇ ଖଟରେ ଶେଷରେ ହୋଇଥିଲା, କିନ୍ତୁ ଶିବା ଆରତୀର ପ୍ରେମ କାହାଣୀ ଠିଆ ପାଲା ରୁ ଆରମ୍ଭ ହୋଇ ଖଟିଆରେ ଶେଷ ହୋଇଛି। ହଁ ଦର୍ଶକ ବନ୍ଧୁ, ଏହି ମାଆ ବୟସର ମହିଳାଙ୍କୁ କୁଆଡେ ଜଗନ୍ନାଥ ପ୍ରସାଦ ବ୍ଲକ ଝାଡଭୂମି ଗ୍ରାମର ୨୧ ବର୍ଷର ଯୁବକ ଶିବାଜୀ ନନ୍ଦ ପ୍ରେମ କରି ବିବାହ କରିଥିଲେ। ୨୦୧୮ ରେ ଠିଆପାଲା ରୁ ଆରମ୍ଭ ହୋଇଥିବା ପ୍ରେମ ୨୦୨୧ ରେ ମନ୍ଦିରରେ ବିବାହର ରୂପ ନେଇଥିଲା। ପରେ ବିଶାଖାପାଟଣାରେ ସ୍ୱାମୀ ସ୍ତ୍ରୀ ପରି ରହି ଆସିଥିଲେ ଶିବା ଏବଂ ଆରତୀ । ଆଉ ଏବେ ଆରତୀଙ୍କ ଅଭିଯୋଗ ଶିବା କୁଆଡେ ଆରତୀଙ୍କୁ ଧୋକା ଦେଇ କୁଆଡେ ଫେରାର ଅଛି। ନା ଘର ଲୋକଙ୍କୁ ପ୍ରେମ ସମ୍ପର୍କ ବିଷୟରେ କହୁଛି, ନା ଆଗ ଭଳି ସ୍ୱାମୀ ସ୍ତ୍ରୀ ସମ୍ପର୍କ ରଖୁଛି। ୫ ବର୍ଷ ଖଟରେ ଭଲସେ ଉପଭୋଗ କରିବା ପରେ ଆଜି ସ୍ତ୍ରୀର ସ୍ୱୀକୃତି ନ ଦେଇ ଛାଡି ଦେଇଛି ଶିବା। ଆଉ ଏବେ ଠିକଣା ଖୋଜି ଖୋଜି ବିଶାଖାପାଟଣା ରୁ ଆସି ଶିବାର ଘର ଆଗରେ ବସିଛନ୍ତି ଜଣେ ମାଆ ବୟସର ମହିଳା। ଜୋର ଜବରଦସ୍ତି ନିଜକୁ ଶିବାର ସ୍ତ୍ରୀ ବୋଲି କହି ଘର ଆଗରେ ଧାରଣା ଦେଇଛନ୍ତି ଉକ୍ତ ମହିଳା । ତେବେ ଶୁଣି ନିଅନ୍ତୁ କଣ ଅଭିଯୋଗ କରୁଛନ୍ତି ସେଇ ମହିଳା ଜଣକ।
ତେବେ ସୂଚନା ମୁତାବକ ଶିବାଜୀ ଏବେ କେଉଁଠି ଅଛନ୍ତି ତାହା କାହାକୁ ଜଣା ନାହିଁ, ଏସବୁ ସ୍ଥିତିରେ ଜଣେ ମାଆ ବୟସର ମହିଳା ନିଜକୁ ଶିବାଜୀ ର ସ୍ତ୍ରୀ ବୋଲି କହିବା ପରିବାର ଲୋକ ଏବଂ ଗାଁ ଲୋକଙ୍କୁ ଆଚମ୍ବିତ କରି ଦେଇଛି। ତେବେ ଏ ନେଇ ପରିବାର ଲୋକ କୁହନ୍ତି ଏମିତି କିଛି।
ପରିବାର ଲୋକେ ଉକ୍ତ ମହିଳାଙ୍କୁ ବିବାହର ପ୍ରମାଣ ପତ୍ର ମାଗିବା ସହ ଘର ଆଗରୁ ବାହାରିଯିବାକୁ କହିଥିଲେ,ଯାହା ଫଳରେ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି,ଘଟଣା ଶୁଣିବା ପରେ ନିକଟସ୍ଥ ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ଗ୍ରାମରେ ପହଞ୍ଚି ଧାରଣାରେ ବସିଥିବା ମହିଳାଙ୍କୁ ବୁଝାସୁଝା କରିବା ସହ ଗ୍ରାମବାସୀଙ୍କୁ ବୁଝାଇଥିଲେ । ହେଲେ ମହିଳାଙ୍କ ଏକା ଜିଦ୍ ତାଙ୍କୁ ସ୍ଵାମୀଙ୍କ ଅଧିକର ନ ମିଳିବା ପଯ୍ୟନ୍ତ ସ୍ବାମୀ ଘର ଆଗରେ ବସିରହିବେ, ଅନ୍ୟପଟେ ସ୍ବାମୀ ଶିବାଜୀ ଙ୍କ କୌଣସି ପ୍ରକାର ଖବର ନାହିଁ ସେ କୋଉଠି ଅଛନ୍ତି, ସୁଚନା ଅନୁଯାୟୀ କୁମ୍ପାପଡ଼ା ଗ୍ରାମର ଆରତୀ କହଁର ଜଣେ ଯାତ୍ରା କଳାକାର ସେ ବିଭିନ୍ନ ନାଟକରେ ଅଭିନୟ କରିବା ସହ ବିଭିନ୍ନ ନାଟ୍ୟ ସଂସ୍ଥା ରେ କାମକରି ଆସୁଥିଲେ, କାଳକ୍ରମେ ଝାଡଭୂମି ଗ୍ରାମର ଶିବାଜୀ ନନ୍ଦ ଙ୍କ ସହ ଆରତୀଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା, ପରେ ଦୁହେଁ ଆନ୍ଦ୍ରପ୍ରଦେଶର ବିଶାଖାପାଟଣାମ୍ ରେ ରହି ସେଠାରେ ଏକ ମନ୍ଦିର ରେ ବିବାହ କରିଥିଲେ ପରେ ନିଜ ମିଳାମିଶା ର ସବୁ ପ୍ରମାଣ ନଷ୍ଟ କରି ଶିବାଜୀ କୁଆଡେ଼ ଚାଲି ଯାଇଥିବା ଅଭିଯୋଗ କରି ଆଜି ସ୍ଵାମୀଙ୍କ ଘର ଆଗରେ ନ୍ୟାୟ ପାଇବା ଆଶାରେ ଧାରଣା ରେ ବସିଛନ୍ତି ଆରତୀ,