ବର୍ଷା ପାଇଁ ବାତିଲ ହେଲା ଯଯାତି କେଶରୀ ଜେନା ମେମୋରିଆଲ ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ।

0

ବରୀ,୨୨।୧୨ : ବର୍ଷା ପାଇଁ ବାତିଲ ହେଲା ଯଯାତି କେଶରୀ ଜେନା ମେମୋରିଆଲ ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ। ଯାଜପୁର ଜିଲ୍ଲା ବରୀ ବ୍ଲକ ସାହୁପଡ଼ା ଧାରପୁର କଚେରୀ ପଡିଆ ଠାରେ ସଞ୍ଜିବ ସେନା ତରଫରୁ ଡିସେମ୍ବର ୨୨ ଅର୍ଥାତ ଆଜି ଅପରାହ୍ନରେ ଆୟୋଜିତ ହେବାକୁ ଯାଉଥିବା ଭଲ୍ଲି ବଲ୍ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖା ଯାଇଛି। ଗତ 3 ଦିନ ହେବ ଲଘୁଚାପ ଜନିତ ବର୍ଷା କାରଣ ରୁ ସମ୍ପୂର୍ଣ୍ଣ ପଡିଆରେ ବର୍ଷା ପାଣି ଏବଂ କାଦୁଅ ଜମି ରହିଛି। ଯାହା ଫଳରେ ପଡିଆ ଟି ଖେଳ ଉପଯୋଗୀ ନୁହେଁ ବୋଲି ଅନୁଷ୍ଠାନ ତରଫରୁ ପ୍ରକାଶ କରାଯାଇଛି। ପାଣିପାଗ ର ପରିବର୍ତ୍ତନ କାରଣରୁ ଏହି ମ୍ୟାଚ ବାତିଲ ରଖା ଯାଇ ଆଗାମୀ ଦିନରେ ପାଣିପାଗ କୁ ଲକ୍ଷ କରି ପୁନଶ୍ଚ ଆହୁରି ଉନ୍ନତ କରି ଆୟୋଜନ କରିବା ନିମନ୍ତେ ସଞ୍ଜିବ ସେନା ତରଫରୁ ପ୍ରକାଶ କରା ଯାଇଛି।

ତେବେ ବିଗତ ଦିନରେ ସାହୁପଡା ଧାରପୁର ମାଟି ଭଲ୍ଲିବଲ୍ ଖେଳରେ ରାଜ୍ୟସ୍ତରରେ ସୁନାମ ଆଣିଥିବା ବେଳେ ଏହି ଅଞ୍ଚଳର ସୁନାମ ଧନ୍ୟ ଖେଳାଳି ବ୍ରଜ କିଶୋର ପାଣି ଏବଂ ଦିବ୍ୟାଙ୍ଗତ ଯଯାତି କେଶରୀ ଜେନା ଭଲ୍ଲିବଲ୍ ଖେଳରେ ଓଡିଶାରେ ଚର୍ଚ୍ଚିତ ଚେହେରା ଥିଲେ। ତେବେ ସେହି ସ୍ମୃତି ଏବଂ ସେହି ଖେଳପ୍ରେମକୁ ଏହି ମାଟିରେ ପୁନଃ ଉଜ୍ଜୀବିତ କରିବା ପାଇଁ ସଞ୍ଜିବ ସେନାର ଆବାହକ ସଞ୍ଜିବ କୁମାର ଜେନା ଏହି ଖେଳ କୁ ଆୟୋଜନ କରିଥିଲେ। ତେବେ ଏହା ଆଗାମୀ ଦିନରେ ପାଣି ପାଗକୁ ଲକ୍ଷ କରି ଆହୁରି ଉନ୍ନତ କରି ଏହି ଖେଳ ଆୟୋଜନ କରିବାକୁ ସଞ୍ଜିବ ସେନା ତରଫରୁ ପ୍ରକାଶ କରା ଯାଇଛି।

Related Posts
1 of 7
Leave A Reply

Your email address will not be published.

error: Content is protected !!
Latest News
ବିଜେପିର ମିଶ୍ରଣ ପର୍ବ, ଭୁଶୁଡି ଯିବ କି ବିଜେଡି ଗଡ଼ । ଗଞ୍ଜାମ ଜିଲ୍ଲା କବି- ସୂର୍ଯ୍ୟନଗର ସହର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆଗରେ ଦୁଇ ଯୁବକ ଙ୍କୁ ଖଣ୍ଡା ରେ ସଂଘବଧ... ସାଇ ମନ୍ଦିରରୁ ସୁନା ଅଳଙ୍କାର ଚୋରି| ଭୟଙ୍କର ବିସ୍ପୋରଣ ରେ ଚାଲିଗଲ ୨ ଜଣକ ଜୀବନ ନୂଆ ବର୍ଷରେ ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ କହି ଘରୁ ବାହାରିଥିଲେ ରଞ୍ଜନ , କିନ୍ତୁ ପରଦିନ ସକାଳେ ବିଲ ମଝିରେ ମରି ... ଟୁଙ୍ଗୁରୁ ଭୋଳ ପରି ଭଲ ପାଇଲା, ଦେହସୁଖ ପରେ ଛାଡିଦେଲା। ୨୦୨୦ ରେ ଟୁଙ୍ଗୁରୁ- ବର୍ଷା, ୨୦୨୫ ରେ ଶିବା-ଆରତୀ। ସାଗବାହାଳୀ ରୁ ସାନ କେନ୍ଦୁଗୁଡାକୁ ରାସ୍ତା ନିର୍ମାଣ ପାଇଁ ଗ୍ରାମ ବାସୀଙ୍କ ଦାବି। କ୍ଷୁଦ୍ଧାମୁକ୍ତ ବିକଶିତ ସମାଜ ଗଠନ ପାଇଁ ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉସ୍ୱାତୀର କର୍ମୀ ସମ୍ମୀଳନୀରେ ଘୁ.... ନଳଗୋହିରା ଶିକ୍ଷା ବିକାଶ ମଞ୍ଚ ଓ ନେହେରୁ ଯୁବକେନ୍ଦ୍ର, ଭଦ୍ରକର ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗି... ମିକ୍ସଚର ଫ୍ୟାକ୍ଟ୍ରି ରେ ଅଗ୍ନିକାଣ୍ଡ