ପାହିରାଜୁ ପଞ୍ଚାୟତକୁ ମୁଖ୍ୟ ମନ୍ତ୍ରୀ ବସ ସେବା ଦାବି।
କନ୍ଧମାଳ : ଫିରିଙ୍ଗିଆ ବ୍ଲକ ର ପାହିରେଜୁ ପଞ୍ଚାୟତ କୁ ମୁଖ୍ୟମନ୍ତ୍ରୀ ବସ ସେବା ଯୋଗାଈ ଦେବାକୁ ଅଞ୍ଚଳ ବାସୀଙ୍କ ସ୍ଥାନୀୟ ପାହିରାଜୁ ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଧାରଣା ରେ ବସିଥିବା ଦେଖିବାକୁ ମିଳିଛି । ଏହି ପାହିରାଜୁ ପଞ୍ଚାୟତ ଅଞ୍ଚଳ ବାସୀଙ୍କ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଯାତାୟତ ପାଇଁ ବସ କିମ୍ବା ଅନ୍ୟ କୌଣସି ସୁବିଧା ନାହିଁ । ଯାହା ଦ୍ୱାରା ଏହି ପଞ୍ଚାୟତ ରୁ ବାଳନ୍ଦା ପଡା ହେଉ କି ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ କୁ ଯିବାକୁ ହେଉ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳ ବାସୀ । ପାହିରେଜୁ ପଞ୍ଚାୟତ ଠାରୁ ବାଳନ୍ଦା ପଡା ଯିବାକୁ ହେଲେ ପ୍ରାୟ ୭ ରୁ ୮ କିଲୋମିଟର ଦୂର ହେଉଛି ଏହି ପଞ୍ଚାୟତ କୁ ଯାତାୟତ ପାଇଁ ପୂର୍ବରୁ ଭଲ ରାସ୍ତା ଟିଏ ବି ନଥିଲା କିନ୍ତୁ ବର୍ତମାନ ଏହି ପଞ୍ଚାୟତ କୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରେ ଚକଚକିଆ ଭଲ ରାସ୍ତା ଟିଏ ମଧ୍ୟ ନିର୍ମାଣ ହୋଇଛି ତଥାପି ବସ ଯିବାରେ ମଧ୍ୟ କୌଣସି ଅସୁବିଧା ନାହିଁ ସବୁ ସୁବିଧା ଥାଇ ଆଜି ପର୍ଯ୍ୟନ୍ତ ଏହି ଉପାନ୍ତ ଅଞ୍ଚଳର ପଞ୍ଚାୟତ କାର୍ଯ୍ୟାଳୟ କୁ ବସ ସେବା ପହଞ୍ଚି ପାରିନାହିଁ ।
ବର୍ତମାନ ଗତ କିଛି ବର୍ଷ ପୂର୍ବରୁ ତତ୍କାଳୀନ ସରକାର ଲକ୍ଷ୍ମୀ ବସ ସେବା ଯୋଗାଇ ଦେଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ନୂତନ ସରକାର ଗଠନ ପରେ ତାହା ମୁଖ୍ୟମନ୍ତ୍ରୀ ବସ ସେବା ନାମରେ ବସ ସେବା ଯୋଗାଉଥିଲେ ମଧ୍ୟ ଏହି ପଞ୍ଚାୟତ କୁ ପହଞ୍ଚି ପାରିନାହିଁ । ଯାହାକୁ ନେଇଁ ସ୍ଥାନୀୟ ଅଞ୍ଚଳ ରେ ଅସନ୍ତୋଷ ଦେଖା ଦେବା ସହ ଅଞ୍ଚଳବାସୀ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ଏମିତି କି ଜିଲ୍ଲାପାଳ ଙ୍କୁ ମଧ୍ୟ ଲିଖିତ ଭାବରେ ଜଣାଇଛନ୍ତି । ଦୀର୍ଘ ଦିନ ହେବ ଦାବୀ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ କୌଣସି ବସ ସେବା ନ ଯୋଗାଇ ଦେବାରୁ ବାଧ୍ୟ ହୋଇ ଅଞ୍ଚଳ ବାସୀ ବସ ସେବା ଯୋଗାଇ ଦେବାକୁ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି ।
ସ୍ଥାନୀୟ ପାହିରେଜୁ ପଞ୍ଚାୟତ ସରପଞ୍ଚ କେଶବ କହଁର ଙ୍କ ସହ ଭରତ କହଁର, ଯୋଗୀତ କହଁର, ବିଷ୍ଣୁ କହଁର, ପଞ୍ଚୁ ସାହୁ ବିଶେଶ୍ୱର କହଁର ଭରତ ସାହୁ, ଗଣେଶ୍ୱର କହଁର, ପତାନା ଦିଗାଲ, ୠଦୁନୀ କହଁର, ଲିପି କହଁର ଙ୍କ ସହ ଅଞ୍ଚଳ ବାସୀ ତୁରନ୍ତ ଏହି ପଞ୍ଚାୟତ କୁ ମୁଖ୍ୟମନ୍ତ୍ରୀ ବସ ସେବା ଯୋଗାଇ ଦେବାକୁ ଦାବୀ କରିଥିବା ବେଳେ ସ୍ଥାନୀୟ ଫିରିଙ୍ଗିଆ ବ୍ଲକ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଫୋନ ଯୋଗେ କଥା ହେବା ସହ ବସ ସେବା ଯୋଗାଇଦେବାକୁ ଜିଲ୍ଲାପାଳ ଙ୍କୁ ଲିଖିତ ଭାବରେ ଦିଆ ଯାଇଛି ଓ ତୁରନ୍ତ କିଭଳି ଭାବରେ ବସ ସେବା ମିଳିପାରିବ ତାର ବ୍ୟବସ୍ଥା କରାଯିବ ବୋଲି କହିବା ପରେ ଦୀର୍ଘ ୫ ଘଣ୍ଟା ପରେ ଞ୍ଚଳ ବାସୀ ପଞ୍ଚାୟତ କାର୍ଯ୍ୟାଳୟ ରୁ ଧାରଣା ରୁ ଉଠିଥିଲେ । ଆଗାମୀ ଦିନରେ ବସ ସେବା ଯୋଗାଇ ଦିଆ ନଗଲେ ଆନ୍ଦୋଳନ ସହ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ପାହିରେଜୁ ପଞ୍ଚାୟତ ବାସୀ ।
ରିପୋର୍ଟ: ମୃତ୍ୟୁଞ୍ଜୟ ଦିଗାଲ ଙ୍କ