୨ ବାଇକ୍ ମୁହା ମୁହିଁ ଧକ୍କା ୨ ଗୁରୁତର, ପ୍ରଥମେ ନର୍ଲା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର।
କଳାହାଣ୍ଡି ୨୧।୧୨: ବାଲିପଡା ଠାରେ ଦୁଇ ବାଇକ୍ ମୁହା ମୁହିଁ ଧକ୍କା ଦୁଇ ଜଣ ଗୁରୁତର, ପ୍ରଥମେ ନର୍ଲା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର। ଗତକାଲି ଦିନ ୨ ଟା ସମୟରେ ଭବାନୀପାଟଣା ରୁ ଭୁବନେଶ୍ୱର କୁ ସଂଯୋଗ କରୁଥିବା ୨୬ନମ୍ବର୍ ରାଜ୍ୟ ରାଜପଥ ର ବାଲିପଡା ନିକଟରେ ଦୁଇ ବାଇକ୍ ମଧ୍ୟରେ ମୂହା ମୁହିଁ ଧକ୍କା ହେବା ଫଳରେ ଗୋଟିଏ ବାଇକ୍ ର ଦୁଇ ଜଣ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡ଼ିଥିଲେ ଓ ଅନ୍ୟ ବାଇକ୍ ଆରୋହୀ ଦୁଇ ଜଣ ଫେରାର୍ ଥିବା ଜଣା ପଡିଛି। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କୁ ଫୋନ୍ କରି ଦୁଇ ଜଣ ଙ୍କୁ ନର୍ଲା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ।
ଗୁରୁତର ଦୁଇଜଣ ମ ରାମ୍ ପୁର ବ୍ଲକ୍ ଅନ୍ତର୍ଗତ ମାଣୀକେରା ଗାଁ ର ପିତାମ୍ ମାଝୀ ଓ ଜିତୁ ମାଝୀ ବୋଲି ଜଣା ପଡିଛି। ସେମାନଙ୍କୁ ନର୍ଲା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି। ନର୍ଲା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦୁଇ ବାଇକ୍ କୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।କଳାହାଣ୍ଡି।
ରିପୋର୍ଟ : ଭୋଜରାଜ ମଙ୍ଗରାଜ