ମହୁମାଛି ଆକ୍ରମଣ ରେ ଚାଳିଶି ଛାତ୍ରଛାତ୍ରୀ ଗୁରୁତର।
କେନ୍ଦ୍ରାପଡ଼ା ୧୯/୧୨ : ଡେରାବିଶ ଥାନା ଅନ୍ତର୍ଗତ ରାମଚନ୍ଦ୍ର ନୋଡାଲ ହାଇସ୍କୁଲ ରେ ବାର୍ଷିକ କ୍ରୀଡା ଚାଲୁଥିବା ବେଳେ ଏକ ମହୁଫେଣାରୁ ମହୁମାଛି ଆସି ଆକ୍ରମଣ କରିବା ଫଳ ରେ ଚାଳିଶ ଜଣ ଛାତ୍ର ଛାତ୍ରୀ ଗୁରୁତର। ଛତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି। ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଚାଲୁଥିବା ବେଳେ ଏକ ବାଘୁଆ ମହୁମାଛି ପଲ ସ୍କୁଲ ର ଅନେକ ପିଲାଙ୍କୁ ଆକ୍ରମଣ କରିବା ଫଳରେ ତିରିଶ ଜଣ ଛାତ୍ର ଛାତ୍ରୀ ଗୁରୁତର ଆହତ ହେଇ ଛତା ମେଡିକାଲ ରେ ଭର୍ତି ହେଇଛନ୍ତି। ତେବେ ବିଦ୍ୟାଳୟ କତୃପକ୍ଷ ଙ୍କ ଦାୟିତ୍ୱ ହୀନତା ଯୋଗୁଁ ଏଭଳି ଘଟିଥିବା କହିଛନ୍ତି ଅଭିଭାବକ। ବିଦ୍ୟାଳୟ ର ପରିସର ରେ ଏକ ଗଛ ରେ ବାଘୁଆ ମହୁମାଛି ଫେଣା ଥିଲା କିନ୍ତୁ ତାହା ଭଙ୍ଗା ଯାଇନଥିଲା। ତେବେ ଆଜି ବାର୍ଷିକ କ୍ରୀଡା ପ୍ରତିଯୋଗୀତା ବେଳେ ମହୁମାଛି ଆକ୍ରମଣ କରିଥିଲା। ଛାତ୍ର ଛାତ୍ରୀ ଆହତ କୁ ନେଇ ଅଭିଭାବକ ଓ ଅଞ୍ଚଳ ବାସି ସ୍କୁଲ ହେଡ଼ ମିସେସ ଙ୍କୁ ଘେରିଲେ। ମେଡିକାଲ ଭିତରେ ଉତେଜନା ସ୍ଥିତି ସୃଷ୍ଟି। ଘଟଣା ସ୍ଥଳରେ ଡେରାବିଶ ବ୍ଲକ ଶିକ୍ଷା ଅଧିକାରୀ ଛତା ମେଡିକାଲ ରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।