ଭବାନୀପାଟଣା ମା, ମାଣିକେଶ୍ବରୀ ବିଶ୍ୱ ବିଦ୍ୟାଳୟ ଛାତ୍ରୀ ନିବାସ ଶୌଚାଳୟରୁ ଛାତ୍ରୀଙ୍କ ଝୁଲନ୍ତା ମୃତ ଶବ ଉଦ୍ଧାର ।
କଳାହାଣ୍ଡି ୧୯/୧୨ : ଶୌଚାଳୟ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଛାତ୍ରୀଙ୍କ ମୃତ ଶରୀର। କଳାହାଣ୍ଡି ଜ଼ିଲ୍ଲା ଭବାନୀପାଟଣା ମା, ମାଣିକେଶ୍ବରୀ ବିଶ୍ୱ ବିଦ୍ୟାଳୟ ଇନ୍ଦ୍ରାବତୀ ଛାତ୍ରୀ ନିବାସ ଶୌଚାଳୟ ଭିତରୁ ଆଜି ଜଣେ ଛାତ୍ରୀଙ୍କ ମୃତ ଶରୀର ପୋଲିସ ଉଦ୍ଧାର କରିଛି।ଛାତ୍ରୀ ଜଣକ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିରିକୋଟ ଗାଁ ର ତୋଫାଳି ନାଏକ ବୋଲି ପୋଲିସ ସୂତ୍ରରୁ ଜଣା ପଡିଛି । ସେ ଚଳିତ ବର୍ଷ ବାଣିଜ୍ୟ ଯୁକ୍ତ ପ୍ରଥମ ରେ ଅଧୟନ କରୁଥିଲେ। ଖବର ଲେଖା ଯାଏଁ ଛାତ୍ରୀଙ୍କ ମୃତ୍ୟୁର କାରଣ ହସ୍ତଗତ ହୋଇନାହିଁ । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଛାନବିନ କରୁଥିବା ସୂଚନା ମିଳିଛି ।
ରିପୋର୍ଟ : ଭୋଜରାଜ ମଙ୍ଗରାଜ