୩ ଅଭିଯୁକ୍ତଙ୍କୁ ମିଳିଲା ଜାମିନ। ସିବିଆଇ ରେଡ ବେଳେ ଦାମୀ କାରରୁ ୧୦ ଲକ୍ଷ ଟଙ୍କା ମିଳିବା ପରେ ହୋଇଥିଲେ ଗିରଫ୍
ଭୁବନେଶ୍ବର ୧୮।୧୨: ସିବିଆଇ ରେଡ୍ ବେଳେ ଭୁବନେଶ୍ବରରେ ଦାମୀ କାର୍ରୁ ୧୦ ଲକ୍ଷ ଟଙ୍କା ଜବତ ଘଟଣାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ମିଳିଲା ଜାମିନ । ୩ ଅଭିଯୁକ୍ତଙ୍କ ଜାମିନ ଆବେଦନ ମଞ୍ଜୁର କରିଛନ୍ତି ସିବିଆଇ କୋର୍ଟ-୧ । ବୁଧବାର ସିବିଆଇ କୋର୍ଟରେ ଜାମିନ ଆବେଦନ କରିଥିଲେ ବ୍ରିଜ୍ ଆଣ୍ଡ ରୁଫ୍ କୋ (ଇଣ୍ଡିଆ) ଲିମିଟେଡ୍ର ଜିଜିଏମ୍ ଚଞ୍ଚଲ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର ଓ ଠିକାଦାର ସନ୍ତୋଷ ମହାରଣା । ଏମାନଙ୍କୁ ଜାମିନ ମିଳିଲେ ଏଭିଡ଼େନ୍ସ ଟାମ୍ପରିଙ୍ଗ ହେବାର ସମ୍ଭାବନା ରହିଛି ବୋଲି ଯୁକ୍ତି ବାଢ଼ିଥିଲେ ସିବିଆଇ ଓକିଲ । ଅନ୍ୟପଟେ ଗିରଫ ତିନି ଜଣଙ୍କର ଲାଞ୍ଚ କାରବାରରେ କୌଣସି ସମ୍ପୃକ୍ତି ନଥିବା ପ୍ରତିପକ୍ଷ ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ ।