ବିଶ୍ରାମଗାରକୁ ନ ଭାଙ୍ଗିବା ପ୍ରତିବାଦ ରେ ରାସ୍ତା ରୋକ କଲେ ଗ୍ରାମବାସି ।

0

ଜମିବାଡ଼ି ବିବାଦକୁ ନେଇ ଭଙ୍ଗାଯିବ ବିଶ୍ରାମଗାର। ବିଶ୍ରାମଗାର କୁ ନ ଭାଙ୍ଗିବା ପାଇଁ ପ୍ରତିବାଦ ରେ ନିଆଁ ଜାଳି ରାସ୍ତା ରୋକ କଲେ ଗ୍ରାମବାସୀ । ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ସରାବାଡି ଗ୍ରାମପଞ୍ଚାୟତର ଯୋଡ଼ାବନ୍ଧ ଛକରେ, ପ୍ରାୟ ଚାଳିଶି ବର୍ଷ ପୂର୍ବରୁ ଥିବା ଯାତ୍ରୀ ବିଶ୍ରାମ ଗାରର ପୁନଃ ଉଦ୍ଧାର ପରେ, ଏବେ ବିବାଦ ରୂପ ନେଇଛି ବିଶ୍ରାମଗାରର ଜମି। ସମ୍ପୃକ୍ତ ଜାଗା ର କିଛି ଅଂଶ ଉପରେ ଖାରୀଗୁଡା ଗ୍ରାମ ର ସୁବାସ ଚନ୍ଦ୍ର ଗୁରୁଙ୍କ ଅଭିଯୋଗ ପରେ, ଉଚ୍ଚନ୍ୟାଳୟ ବିଶ୍ରାମ ଗାରର କିଛି ଅଂଶକୁ ଭାଙ୍ଗିବା କୁ ନିର୍ଦେଶ ଦେଇଛି। ଆଉ ସେଇଥି ପାଇଁ ସ୍ଥାନୀୟ ଚାକୁଣ୍ଡା, ଗୁଣ୍ଡିରୀବାଡି, ସରାବାଡି ଗ୍ରାମର ଗ୍ରାମବାସିଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି । ଏହି ତିନି ଖଣ୍ଡର ଗ୍ରାମ ବାସି ବିଶ୍ରାମ ଗାର କୁ ନ ଭାଙ୍ଗିବା ପ୍ରତିବାଦ ରେ ଆଜି ବଡ଼ଗଡ଼ ଓ ସୋରଡ଼ାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥରେ ନିଆଁ ଜାଳି ରାସ୍ତା ଅବରୋଧ କରିଛନ୍ତି ଅଞ୍ଚଳବାସି । ଯାହା ଫଳରେ ଯାତାୟାତ ବାଧା ପ୍ରାପ୍ତ ହୋଇଛି |

Related Posts
1 of 4
Leave A Reply

Your email address will not be published.

error: Content is protected !!
Latest News
ବିଜେପିର ମିଶ୍ରଣ ପର୍ବ, ଭୁଶୁଡି ଯିବ କି ବିଜେଡି ଗଡ଼ । ଗଞ୍ଜାମ ଜିଲ୍ଲା କବି- ସୂର୍ଯ୍ୟନଗର ସହର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆଗରେ ଦୁଇ ଯୁବକ ଙ୍କୁ ଖଣ୍ଡା ରେ ସଂଘବଧ... ସାଇ ମନ୍ଦିରରୁ ସୁନା ଅଳଙ୍କାର ଚୋରି| ଭୟଙ୍କର ବିସ୍ପୋରଣ ରେ ଚାଲିଗଲ ୨ ଜଣକ ଜୀବନ ନୂଆ ବର୍ଷରେ ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ କହି ଘରୁ ବାହାରିଥିଲେ ରଞ୍ଜନ , କିନ୍ତୁ ପରଦିନ ସକାଳେ ବିଲ ମଝିରେ ମରି ... ଟୁଙ୍ଗୁରୁ ଭୋଳ ପରି ଭଲ ପାଇଲା, ଦେହସୁଖ ପରେ ଛାଡିଦେଲା। ୨୦୨୦ ରେ ଟୁଙ୍ଗୁରୁ- ବର୍ଷା, ୨୦୨୫ ରେ ଶିବା-ଆରତୀ। ସାଗବାହାଳୀ ରୁ ସାନ କେନ୍ଦୁଗୁଡାକୁ ରାସ୍ତା ନିର୍ମାଣ ପାଇଁ ଗ୍ରାମ ବାସୀଙ୍କ ଦାବି। କ୍ଷୁଦ୍ଧାମୁକ୍ତ ବିକଶିତ ସମାଜ ଗଠନ ପାଇଁ ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉସ୍ୱାତୀର କର୍ମୀ ସମ୍ମୀଳନୀରେ ଘୁ.... ନଳଗୋହିରା ଶିକ୍ଷା ବିକାଶ ମଞ୍ଚ ଓ ନେହେରୁ ଯୁବକେନ୍ଦ୍ର, ଭଦ୍ରକର ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗି... ମିକ୍ସଚର ଫ୍ୟାକ୍ଟ୍ରି ରେ ଅଗ୍ନିକାଣ୍ଡ