ରାଜ୍ୟରେ ୫ଦିନ ବର୍ଷା ସମ୍ଭାବନା। ୧୭ ରୁ ୨୧ ଓଡିଶାରେ ହୋଇପାରେ ବର୍ଷା।
ଭୁବନେଶ୍ବର ୧୮।୧୨: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆଜିଠାରୁ ଆସନ୍ତା ୫ ଦିନ ପାଇଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଡିସେମ୍ବର ୧୭ ଓ ୧୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଉପକୁଳ ଓଡ଼ିଶାରେ ବର୍ଷା ହୋଇପାରେ। ବଙ୍ଗୋପସାଗରରେ ଲଘୁଚାପର ସକ୍ରିୟତା ସହ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ବାୟୁର ଦିଶା ପରିବର୍ତ୍ତନକୁ ନେଇ ହାଲୁକାରୁ ମଧ୍ୟମଧରଣର ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଆଜି ଗଂଜାମ ଓ ଗଜପତିରେ ହାଲୁକା ବର୍ଷାର ସମ୍ଭାବନା ଥିବା ବେଳେ ଆସନ୍ତାକାଲି ଗଞ୍ଜାମ ଗଜପତି, କୋରାପୁଟ, ରାୟଗଡ଼ା ଓ ମାଲକାନଗିରିରେ ବର୍ଷା ହେବାର ସମ୍ଭାବନା ରହିଛି