ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ଆପଣାନ୍ତୁ
ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ଆପଣାନ୍ତୁ ବିଶେଷଜ୍ଞଙ୍କ ମତରେ ଘରୋଇ ସରଳ ଉପାୟରେ ଘୁଙ୍ଗୁଡ଼ିକୁ କମ୍ କରିହେବ। ପ୍ରତିଦିନ ଗୁଜୁରାତି ଚା’ ପିଇବା କିମ୍ବା ଗୋଟିଏ ଗୁଜୁରାତିକୁ ଭୋଜନ ପରେ ଚୋବାଇ ଖାଇବା ଭଲ। ଶୋଇବାର ୩୦ ମିନିଟ୍ ପୂର୍ବରୁ ଉଷୁମ ଖିରରେ ଗୁଜୁରାତି ଗୁଣ୍ଡ ଅଧ ଛୋଟ ଚାମଚ ମିଶାଇ କିଛିଦିନ ପିଇଲେ ଘୁଙ୍ଗୁଡ଼ି ସମସ୍ୟା ସମାଧାନ ହୋଇଥାଏ। – ଘୁଙ୍ଗୁଡ଼ିରୁ ବର୍ତ୍ତିବାର ଅନ୍ୟ ଏକ ଉପାୟ ହେଉଛି ନିଜ ଭୋଜନରେ ଅଳ୍ପ ପରିମାଣର ଶୁଦ୍ଧ ଦେଶୀ ଘିଅ ମିଶାନ୍ତୁ। ରୁଟିରେ ଅଧ ଚାମଚ ଘିଅ ମିଶା ଖାଇଲେ ତାହା ଭଲ ନିଦ ହେବାରେ ସହାୟକ ହେବା ସହ ଘୁଙ୍ଗୁଡ଼ି କମ୍ କରେ।